ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ ଟି ଯଥା:- ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ଏନଏସିର ଅଧ୍ୟକ୍ଷ ଓ ୱାର୍ଡ ସଭ୍ୟ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଘୋଷଣାରେ ବିଜେଡି ଦଳର ପ୍ରାର୍ଥୀ ମାନଙ୍କ ଦମଦାର ବିଜୟୀ ହୋଇଛି।
ପାରାଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ପଦବୀରେ ବିଜେଡିର ନିର୍ମଳା ସେଠୀ ବାଜିମାତ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଏମ. ରାଜେଶ୍ଵରୀଙ୍କୁ ୫୯୯୮ ଟି ଅଧିକ ଭୋଟରେ ହରାଇଛନ୍ତି। ଏଠାରେ ବିଜେଡିର ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ନିର୍ମଳା ସେଠୀ ମୋଟ ୧୩୩୭୭ ଟି ଭୋଟ ପାଇଥିବା ବେଳେ ବିଜେପିର ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ଏମ. ରାଜେଶ୍ଵରୀ ୭୩୭୯ ଟି ଭୋଟ ପାଇଛନ୍ତି । ଏଠାରେ କଂଗ୍ରେସ ମାତ୍ର ୭୭୨ ଟି ଭୋଟ ପଡିଛି।
ସେହିଭଳି ପାରାଳାଖେମୁଣ୍ଡି ପୌର ପରିଷଦ ଅନ୍ତର୍ଗତ ୧୬ ଟି ୱାର୍ଡ-ସଭ୍ୟ ଆସନ ମଧ୍ୟରୁ ଗୋଟିଏ ୧୦ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ଅପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇଥିବା ବେଳେ ଏଠାରେ ବାକି ଥିବା ୧୫ ଟି ୱାର୍ଡ ସଭ୍ୟ ଆସନ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନ ଗଣତି ଫଳାଫଳ ଘୋଷଣାରେ ମଧ୍ୟ ବିଜେଡି ପ୍ରାର୍ଥୀ ମାନେ ବାଜିମାତ କରିଛନ୍ତି । ଏଠାରେ ୧୬ଟି ୱାର୍ଡ ସଭ୍ୟ ଆସନ ମଧ୍ୟରୁ ବିଜେଡି ୧୪ ଟିରେ ବିଜୟୀ ହୋଇଥିବା ବେଳେ ୨ ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ଏବଂ ଏଠାରେ କଂଗ୍ରେସ ଦଳ ତାର ଖାତା ମଧ୍ୟ ଖୋଲି ପାରିନି।
ସେହିଭଳି ଜିଲ୍ଲାର କାଶୀନଗର ଏନଏସି ଅଧ୍ୟକ୍ଷ ପଦବୀରେ ଅନୁଷ୍ଠିତ ନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ଏମ.ସୁଧାରାଣୀ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ରହିଥିବା ବିଜେପିର କେ. ଦିବ୍ୟାଙ୍କୁ ୯୮୪ ଟି ଅଧିକ ଭୋଟ ପାଇ ହରାଇଛନ୍ତି। ଏଠାରେ ୬୪ ଟି ନୋଟା ଭୋଟ ପଡିଛି। ବିଜେଡି ପ୍ରାର୍ଥୀନୀ ଏମ. ସୁଧାରାଣୀ ଏଠାରେ ୩୯୨୦ ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ୨୯୩୬ ଟି ଭୋଟ ପାଇ ହାରି ଯାଇଛନ୍ତି।
ସେହିଭଳି ଏଠାରେ ମୋଟ ୧୩ ଟି ୱାର୍ଡସଭ୍ୟ ଆସନ ଥିବାବେଳେ ପୂର୍ବରୁ ୪ ଟିରେ ପ୍ରାର୍ଥୀ ମାନେ ଅପ୍ରତିଦ୍ବନ୍ଦିତା ଭାବେ ବିଜୟୀ ହୋଇଥିଲେ। ଏଠାରେ ମୋଟ ୧୩ ଟି ୱାର୍ଡ ସଭ୍ୟ ଆସନ ମଧ୍ୟରୁ ବିଜେଡି ପ୍ରାର୍ଥୀ ମାନେ ୧୧ ଟିରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ଗୋଟିଏ ଏବଂ କଂଗ୍ରେସକୁ ଗୋଟିଏ ଲେଖାଏ ଆସନ ମିଳିଛି।
Sign in
Sign in
Recover your password.
A password will be e-mailed to you.