ପଦ୍ମପୁର(ଶାସକ ପ୍ରଶାସକ) :ବରଗଡ ଜିଲ୍ଲା ପଦ୍ମପୁର ବାର ଏସୋସିଏସନ ବାର୍ଷିକ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ ନିମନ୍ତେ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ପଦ ସବୁ ମନୋନୟନ କରା ଯାଇଥିଲା । ନିର୍ବାଚନରେ ଉମେଶ ଚନ୍ଦ୍ର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ମାନସ ରଞ୍ଜନ ଭୋଇ,ସମ୍ପାଦକ ଶାନ୍ତନୁ କୁମାର ତ୍ରିପାଠୀ,ସହ ସମ୍ପାଦକ ଚିନ୍ମୟ ପଣ୍ଡା ନିର୍ବାଚିତ ହୋଇଛନ୍ତି । ଏହା ସହ ବାର ର ସାଧାରଣ ପରିଷଦ ସଦସ୍ୟ ନିମନ୍ତେ ୬ ଜଣ ସଭ୍ୟ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନକୁ ଶ୍ରୀ ପରମେଶ୍ୱର ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ତୁଲାଇ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post