ଚିଲିକା (ସେକ କୌଶର )ଆଜି ପୌରାଧ୍ୟକ୍ଷ ନିର୍ବାଚନ ପାଇଁ ସାରା ରାଜ୍ୟରେ ଭୋଟ ଗଣତି ଜାରି ରହିଛି। ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ଭୋଟ ଗଣତି ଜାରି ରହିଥିବା ବେଳେ କିଛି ସ୍ଥାନରେ ଫଳାଫଳ ଘୋଷଣା ହୋଇଛି।
ତେବେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ଏବଂ ବାଲୁଗାଁ ଏନଏସିରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ଉଭୟ ଏନଏସିରେ ବିଜେଡ଼ି ବାଜିମାତ କରିଛି। ବାଣପୁର ଏନଏସିର ବିଜେଡ଼ି ପ୍ରାର୍ଥୀ ମିଟୁ ନାୟକ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ ନନ୍ଦ କିଶୋର ମିଶ୍ରଙ୍କଠାରୁ ୪୪୭ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି। ମିଟୁ ନାୟକ ୧୫ ଟି ୱାର୍ଡରୁ ୪୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ ନନ୍ଦ କିଶୋର ମିଶ୍ର ୪୪୨୨ ଖଣ୍ଡ ଭୋଟ ପାଇଛନ୍ତି।
ସେହିଭଳି ବାଲୁଗାଁ ଏନଏସିର ବିଜେଡ଼ି ପ୍ରାର୍ଥୀ ସୁକାନ୍ତି ପାଇକରାୟ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ସ୍ଵପ୍ନା ବଡଜେନାଙ୍କ ଠାରୁ ୩୨୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ସୁକାନ୍ତି ପାଇକରାୟ ମୋଟ ୪୭୧୦ ଖଣ୍ଡ ପାଇଥିବା ବେଳେ ସ୍ଵପ୍ନା ବଡଜେନା ୪୩୮୭ ଖଣ୍ଡ ପାଇଛନ୍ତି
Sign in
Sign in
Recover your password.
A password will be e-mailed to you.