ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) :- ଜାତୀୟ ସେବା ଯୋଜନା ଓ ମୋ’ କଲେଜ ଅଭିଯାନ ଆନୁକୁଲ୍ୟରେ “ଗାନ୍ଧୀ ବିଚାର ଶୀର୍ଷକ”ଏକ ଆଲୋଚନାଚକ୍ର ମାହାଙ୍ଗା ମହିଳା ମହାବିଦ୍ୟାଳୟ ରେ ଆଜି ଅନୁଷ୍ଠିତ ହୋଇଯାଇଛି।
କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଂପାଦକ ଜୟନ୍ତ କୁମାର ଦାସ ଯୋଗଦେଇ ଗାନ୍ଧିଜୀଙ୍କ ଜୀବନାଦର୍ଶ ଓ ବିଚାର ଧାରା ଉପରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ।
ଶ୍ରୀ ଦାସ କହିଲେ ମହାତ୍ମାଗାନ୍ଧୀ କେବଳ ଜଣେ ରାଷ୍ଟ୍ର ପୁରୁଷ ନଥିଲେ, ବରଂ ଗାନ୍ଧିଜୀ ଥିଲେ ବିଶ୍ୱର ବିସ୍ମୟ ଜନନାୟକ । ଆଜିର ଯୁବସମାଜ ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ ହୋଇ ସମାଜର ସବୁଠାରୁ ତଳ ସ୍ତରରେ ପଡିରହିଥିବା ଦଳିତ ନିଷ୍ପେସିତ ତଥା ମେହେନତି ମଣିଷ ମାନଙ୍କ ପାଇଁ ସହଯୋଗର ହାତ ବଢାଇବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଏହି ସଭାରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ,କର୍ମଚାରୀ ତଥା ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଆଲୋଚନା ଶେଷରେ ମୋ’ କଲେଜ ଅଭିଯାନର ସଂଯୋଜିକା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.