ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକାଶ ଥାଉକି ଗଜପତି ଜିଲ୍ଲାର ଏକ ଦମ୍ପତି ଅରୁଣାଞ୍ଚଳ ପ୍ରଦେଶରେ ରହି ଶ୍ରମିକ କାର୍ଯ୍ୟ କରୁଥିଲେ ସେମାନଙ୍କ ସହ ତାଙ୍କର ୩ ଟି ଝିଅ ମଧ୍ୟ ରହୁଥିଲେ । ସେମାନଙ୍କର ବୟସ ଯଥା ୪ , ୬ ଏବଂ ୫ ବର୍ଷ । କୋଭିଡ୍-୧୯ ପୂର୍ବରୁ ଶିଶୁଙ୍କର ମାଁ ରାଇକା ମୃତ୍ୟୁ ବରଣ କରିଥିବା ବେଳେ ପିତା ବିଜୟ ରାଇକା ୨୦୨୧ ଅରୁଣାଞ୍ଚଳ ପ୍ରଦେଶରେ କୋଭିଡ଼ ଯୋଗୁଁ ମୃତ୍ୟୁ ବରଣ କରିଥିଲେ।
ଏହି ପରିବାର ହେଉଛନ୍ତି ଗଜପତି ଜିଲ୍ଲାର ରାୟଗଡ଼ ପଞ୍ଚାୟତ ସମିତି ଅଞ୍ଚଳର। ଏହି ପିଲାମାନଙ୍କୁ ଅରୁଣାଞ୍ଚଳ ପ୍ରଦେଶର ଉପର୍ ସିଆଂ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ସେଠାରେ ଥିବା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରିଲା ପରେ ସେମାନଙ୍କୁ ପି.ଏମ୍.କେୟାର୍ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କର ଯତ୍ନ ନେବା ସହ ଗଜପତି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ପରବର୍ତ୍ତୀ ମୁହୁର୍ତ୍ତରେ ସମନ୍ବୟ ଶିଶୁ ସୁରକ୍ଷା ଯୋଜନାର ନିର୍ଦ୍ଦେଶବଳୀ ଅନୁସାରେ ଶିଶୁ ମାନଙ୍କୁ ଆଣି ଉପର ସିଆଂ ଜିଲ୍ଲା ପ୍ରଶାସନ ଗଜପତି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ଗଜପତି ଜିଲ୍ଲା ପ୍ରଶାସନ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତିରେ ଉପସ୍ଥାପନ କରିସାରିଲା ପରେ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ବଡ଼ ଦୁଇଟି ଝିଅ ଜିଲ୍ଲାରେ ଏକମାତ୍ର ଥିବା ଝିଅ ମାନଙ୍କ ପାଇଁ ଶିଶୁ ଯତ୍ନ ଅନୁଷ୍ଠାନ ପ୍ରାଉଡ୍ ରେ ରହିଆସୁଥିବା ବେଳେ ଅନ୍ୟ ଝିଅଟି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରହି ଆସୁଛି।
ଯେହେତୁ ବଡ଼ ଦୁଇଟି ଝିଅ ଓଡିଆ ଲେଖିବା , କହିବା ଏବଂ ପଢ଼ିବା ଜାଣି ନାହାନ୍ତି ଓ ହିନ୍ଦୀ କହୁଛନ୍ତି ସେଥି ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସେମାନଙ୍କୁ ଅନ୍ଵେଶା ଇଂରାଜି ମାଧ୍ୟମ ସ୍କୁଲରେ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପିଲାମାନଙ୍କୁ ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମ ଦ୍ବାରା ପିତାମାତା ଦେବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି।
Sign in
Sign in
Recover your password.
A password will be e-mailed to you.
Prev Post