କାଶୀପୁର / ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହି ଅଞ୍ଚଳରେ ସ୍ଥାନୀୟ କ୍ରୀଡା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ ରହିଛି। କ୍ରୀଡା ପ୍ରତି ସ୍ଥାନୀୟ ପ୍ରତିଭାଙ୍କୁ ଉତ୍ସାହିତ କରିବା ସକାଶେ ଏହା ମାର୍ଚ୍ଚ ୨୧ରୁ ୨୪ ପର୍ଯ୍ୟନ୍ତ ଯୋଗିପାରିତୁଣ୍ଡାସ୍ଥିତ ଯୋଗୀ ସନ୍ନ୍ୟାସୀ ୟୁଥ୍ କ୍ଲବ ସହିତ ମିଳିତ ଭାବରେ ଏକ ବ୍ଲକସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା। ଖଣି ପରିପାର୍ଶ୍ଵିକ ୧୫ଟି ଗ୍ରାମରୁ ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଟୁର୍ଣ୍ଣମେଣ୍ଟକୁ ଶ୍ରୀ ତପନ ମାହାଲି, ଆଇଆଇସି, ଅଣ୍ଡିରାକଞ୍ଚ ଥାନା, ଅନ୍ୟ ଗୋଷ୍ଠୀ ନେତୃବୃନ୍ଦଙ୍କ ସହିତ ମିଶି ଉଦ୍ଘାଟନ କରିଥିଲେ।
ଫାଇନାଲ୍ ମ୍ୟାଚ ପାଇକକୂପଖାଲ ଏବଂ ଅଣ୍ଡିରାକଞ୍ଚ ଦଳ ମଧ୍ୟରେ ଖେଳାଯାଇଥିଲା | ସେଥିରେ ପାଇକକୂପଖାଲ ଦଳ ଚମ୍ପିଆନ୍ସ ଟ୍ରଫି ବିଜୟୀ ହୋଇଥିବାବେଳେ ଅଣ୍ଡିରାକଞ୍ଚ ରନର୍ସ ଅପ୍ ହୋଇଥିଲା।
ଶ୍ରୀ ଏସ ଏନ ଆଲେନୁର୍, ଜିଲ୍ଲା କ୍ରୀଡା ଅଧିକାରୀ, ରାୟଗଡା ଫାଇନାଲ୍ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥାନୀୟ କ୍ରୀଡାକୁ ପ୍ରୋତ୍ସାହିତ କରିବା ଦିଗରେ ଉତ୍କଳ ଆଲୁମିନାର ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ଖେଳାଳିମାନେ ସେମାନଙ୍କ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେ ଉତ୍ସାହିତ କରି କହିଥିଲେ ଯେ ସମ୍ପ୍ରତି କ୍ରୀଡା ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ଏବଂ ଏକ ସମୃଦ୍ଧ କ୍ୟାରିୟର ଗଠନ ନିମନ୍ତେ ଏଥିରେ ବହୁବିଧ ସୁଯୋଗ ରହିଛି।
ଉତ୍କଳ ଆଲୁମିନାର ଏହିଭଳି ପଦକ୍ଷେପଗୁଡିକ ନିଶ୍ଚିତ ଭାବରେ କମ୍ପାନୀ ଏବଂ ଯୁବଗୋଷ୍ଠୀଙ୍କ ମଧ୍ୟରେ ସୁଦୃଢ କରିପାରିଥିବା ସେଠାରେ ଉପସ୍ଥିତ ଦର୍ଶକମାନେ ମତ ଦେଇଥିଲେ। ଉତ୍କଳ ଆଲୁମିନାର ଟିମ୍ ସିଏସଆର ଏହି କ୍ରୀଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍ ଏହାର ପରିପାର୍ଶ୍ଵିକ ଗ୍ରାମଗୁଡିକର ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ନିଜର ସିଏସ୍ଆର କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ଦୃଷ୍ଟି ଦେଉଛି। ମୋଟ ଉପରେ ୟୁଏଆଇଏଲ୍ ଓଡ଼ିଶାରେ ୮୪ଟି ଗ୍ରାମରେ ନିଜକୁ ନିୟୋଜିତ ରଖିବା ସହିତ ୩୦,୦୦୦ରୁ ଅଧିକ ଜନସଂଖ୍ୟାକୁ ସେବା ଯୋଗାଇ ଦେଉଛି।
Sign in
Sign in
Recover your password.
A password will be e-mailed to you.
Next Post