ସରିଲା ପୌର ନିର୍ବାଚନ – ୨୦୨୨ : ଇ ଭି ଏମ୍ ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ : ୬୪.୧୪ % ମତଦାନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ମତଦାନ ସରିଲା । ଇଭିଏମ୍ ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ।
ପାରଳାଖେମୁଣ୍ଡି ପୌରପରିଷଦର ୧୬ ଗୋଟି ୱାର୍ଡ ପାଇଁ ୩୮ଟି ଭୋଟ ଗ୍ରହଣ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହୋଇଯାଇଛି। ପାରଳା ପୌର ପରିଷଦରେ ମୋଟ ଭୋଟର୍ ସଂଖ୍ୟା ୩୪୦୭୬ ଭୋଟର ରହିଥିବା ବେଳେ ୨୧୮୫୮ ଜଣ ଭୋଟର ଶତକଡା ୬୪.୧୪% ଜଣ ମତସାବ୍ୟସ୍ତ କରିଛନ୍ତି। ସେଥି ମଧ୍ୟରୁ ୧୧୦୫୯ ଜଣ ପୁରୁଷ , ୧୦୭୯୯ ଜଣ ମହିଳା ମତସାବ୍ୟସ୍ତ କରିଛନ୍ତି।
ଭୋଟ ଗ୍ରହଣ ବେଳେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

Leave A Reply

Your email address will not be published.