ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ Utec.computer Education କେନ୍ଦ୍ରରେ ଠାରେ “ପ୍ରଗତି” ମହିଳା ସଂଗଠନ ଦ୍ଵାରା ଜାତୀୟ ସହିଦ ଦିବସ ପାଳନ ହୋଇଯାଇଛି।
ଏଥିରେ ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋସଂପର୍କ ଅଧିକାରୀ ସ୍ବରାଜ ଶୀଶା ଯୋଗଦାନ କରି ସହିଦ ଦିବସର ତାତ୍ୱର୍ଯ୍ୟ ସମ୍ପର୍କରେ କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସମ୍ପାଦିକା ତନୁଜା ଶତପଥୀ ସ୍ଵାଗତ ଭାଷଣ ଦେଇଥିଲେ। ସଭାନେତ୍ରୀ ଡି. ପ୍ରିୟଙ୍କା ସାମଗ୍ରିକ ଭାବେ ସଭକାର୍ଯ୍ୟକୁ ସମ୍ପାଦନ କରିଥିଲେ।
ମୁଖ୍ୟ ଅତିଥି ଆଇନ ଜୀବୀ ଇତିଶ୍ରୀ ମହାପାତ୍ର , ମୁଖ୍ୟ ବକ୍ତା ବରିଷ୍ଠ ଶିକ୍ଷୟତ୍ରୀ ସୁଲତା ଶୁଭଦର୍ଶନୀ , ସମ୍ମାନିତ ବକ୍ତା ସୁଜାତା ନନ୍ଦ , ସମ୍ମାନୀତ ଅତିଥି ଭାଗବତ ପାଢ଼ୀ , ସଂଯୋଜିକା ସୁଲକ୍ଷଣୀ ଲିମା ଯୋଗ ଦେଇଥିବା ବେଳେ ମାନସୀ ପଣ୍ଡା , ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା , ସୁଜାତା ପଣ୍ଡିତ ପରିଚାଳନା କରିଥିଲେ।
ଶେଷରେ ମୂରଲୀଧର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ। ସହିଦ୍ ଙ୍କ ସ୍ମୃତି ଚାରଣ ହିଁ ସମ୍ପର୍ତିକ ପୀଢ଼ିଙ୍କ ପାଇଁ ଏକ ଆଲୋକ ପଥ ଏବଂ ମାଆ ମାଟି ମାତୃଭୂମିକୁ ଜୀବନ ଠାରୁ ଅଧିକ ଭଲପାଇବା ନିତାନ୍ତ ଆବଶ୍ୟକ।
Sign in
Sign in
Recover your password.
A password will be e-mailed to you.