“ସଖୀ”-ୱାନ୍ ଷ୍ଟପ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ “ସଖୀ”-ୱାନ୍ ଷ୍ଟପ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇ ସ୍ୱଚ୍ଛତା ସମ୍ବନ୍ଧୀୟ ବୈଠକ ଓ ସଚେତନତା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ଅଳକା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ମହତ୍ୱ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଏହାସହ ଉପସ୍ଥିତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ଅଂଶ ଗ୍ରହଣ କରି ଆୟୋଜିତ କାର୍ଯ୍ୟକ୍ରମ ସ୍ୱଚ୍ଛତା ପଖୱାଡାର ବିଷୟରେ ପଚାରି ବୁଝିଥିଲେ ଓ କାର୍ଯ୍ୟକାରୀ କରିବା ପାଇଁ ଶପଥ ନେଇଥିଲେ। ସମାଜରେ ସ୍ୱଚ୍ଛତାର ଗୁରୁତ୍ୱକୁ ଅନୁଭବ କରି ନିଜେ କାର୍ଯ୍ୟକାରୀ କଲେ ମନ୍ଦିର ସଦୃଶ୍ୟ ଘର , ଗାଁ , ସଂସାର ଗଠନରେ ମୂଲ୍ୟାୟନ ହେବ ବୋଲି ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ।
ଏହା ଠିକ୍ ଭାବେ ପାଳନ କରିଲେ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ ସାକାର ହେବ ବୋଲି ଆଲୋଚିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମକୁ “ସଖୀ” ୱାନ୍ ଷ୍ଟପ କେନ୍ଦ୍ରର ମୁଖ୍ୟ ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ପରିଚାଳନା କରିଥିଲେ । ବୈଠକ ଶେଷରେ ମହିଳା ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରୀ ଏବଂ “ସଖୀ” ୱାନ୍ ଷ୍ଟପ ସେଣ୍ଟରର ମୀନା କୁମାରୀ ଟହଲ , ଅନୀତା ମିଶ୍ର , ମଞ୍ଜୁଳା ଚୈଧୁରୀ , ସୁପ୍ରଭା ସାହୁ , ପ୍ରଣତୀ ଦାସ , ମୋହିନୀ ପ୍ରଧାନ , ମୋନାଲିସା ବେହେରା , ପି.ଯୋଗେଶ୍ୱରୀ , ଦିବ୍ୟ କୁମାର ସୁଆର ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ପରିସରକୁ ସଫା ସୁତରା କରି ଅଳିଆ ଆବର୍ଜନା ଗୁଡିକୁ ପୋଡି ନଷ୍ଟ କରି ପରିବେଶକୁ ସ୍ୱଚ୍ଛତାର ପରିଚୟ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସୁପ୍ରଭା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.