ସରପଡ଼ା ପଂଚାୟତର ନବନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟା ପ୍ରାର୍ଥୀଙ୍କ ନିଆରା ପ୍ରୟାସ ;

0

ୱାର୍ଡ଼ ୱାର୍ଡ଼ରେ ବୁଲି କଲେ ଭତ୍ତା ବଂଟନ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ ସରପଡ଼ା ଗ୍ରାମପଂଚାୟତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଦର୍ଶରେ ଅନୁପ୍ରାଣିତ ସରପଞ୍ଚ ପ୍ରାର୍ଥୀ ବିବେକାନନ୍ଦ ଆଚାର୍ଯ୍ୟ ଓ ସମିତିସଭ୍ୟା ପ୍ରାର୍ଥୀନି ସସ୍ମିତା ସ୍ୱାଇଁଙ୍କ ପ୍ରତି ଲୋକମାନଙ୍କ ଦୃଢ ଆଶା ବିଶ୍ୱାସ ରହିଥିବାରୁ ସେ ବହୁ ସଂଖ୍ୟାରେ ବିଜୟଲାଭ କରି ପଂଚାୟତବାସୀଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି। ସରପଞ୍ଚ ଶ୍ରୀ ଆଚାର୍ଯ୍ୟ ଏବଂ ସମିତିସଭ୍ୟାଙ୍କ ପ୍ରତିନିଧି ଯୁବସମାଜସେବୀ ପ୍ରମୋଦ କୁମାର ସ୍ୱାଇଁଙ୍କ ନିଆରା ପ୍ରୟାସରେ ନିର୍ବାଚନ ଜିତିସାରିଲା ପରେ ପ୍ରଥମ ଥର କରି ସରକାରୀ ଯୋଜନା ମାଧ୍ୟମରେ ଗ୍ରାମପଂଚାୟତର ସମସ୍ତ ୱାର୍ଡ଼ ଗୁଡ଼ିକର ବୁଦ୍ଧ,ବୃଦ୍ଧା, ବିଧବା ମହିଳା, ଦିବ୍ୟାଙ୍ଗ ଲୋକମାନଙ୍କୁ ଭତ୍ତା ବଂଟନ କରାଯାଇଛି। ବୃଦ୍ଧ,ବୃଦ୍ଧାମାନେ ଘର ପାଖରେ ଭତ୍ତା ପାଇଥିବାରୁ ନୂତନ ସରପଞ୍ଚ ଶ୍ରୀ ଆଚାର୍ଯ୍ୟ ଓ ସମିତିସଭ୍ୟା ଶ୍ରୀମତୀ ସ୍ୱାଇଁଙ୍କୁ ଅଶେଷ ଅଶେଷ ସାଧୁବାଦ ଜଣାଇଥିଲେ।

ସରପଞ୍ଚ ଓ ସମିତିସଭ୍ୟା ଭାବେ ବିଜୟ ଲାଭ କଲାପରେ ପ୍ରଥମ ଥର ପାଇଁ ସରକାରୀ ଯୋଜନା ମାଧ୍ୟମରେ ଲୋକମାନଙ୍କ ପାଖରେ ପହଂଚି ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହୋଇପାରିଥିବାରୁ ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀମତୀ ସ୍ୱାଇଁ ନିଜକୁ ଗର୍ବିତ ମନେ କରିଥିଲେ। ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସସ୍ମିତା ମାରାଣ୍ଡି ଙ୍କ ସମେତ ସରପଞ୍ଚ , ସମିତିସଭ୍ୟା , ୱାର୍ଡ଼ମେମ୍ବର ସଭ୍ୟ ସଭ୍ୟାମାନେ ଯୋଗଦାନ କରି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ନବ ନିର୍ବାଚିତ ସରପଂଚ ଓ ସମିତି ସଭ୍ୟଙ୍କ ଏପରି ପଦକ୍ଷେପକୁ ସରପଡ଼ା ଗ୍ରାମପଂଚାୟତର ବହୁ ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ, ଯୁବକ ଉଚ୍ଚ ପ୍ରଶଂସା କରିଛନ୍ତି |

Leave A Reply

Your email address will not be published.