ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ନିଜ କାରବାର ୨୧ତମ ବର୍ଷରେ ୩୦ ଲକ୍ଷ ୟୁନିଟ୍ ଗାଡ଼ି ବିକ୍ରି କରିବାର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଅତିକ୍ରମ କରିଛି। କଂପାନିର କ୍ରମବର୍ଦ୍ଧିଷ୍ଣୁ ରପ୍ତାନି ୩୦ ଲକ୍ଷ ୟୁନିଟ୍ରୁ ଅଧିକ ରହିଛି। ହୋଣ୍ଡା ୨୯ଟି ଦେଶକୁ ୧୮ଟି ଦୁଇ ଚକିଆ ମଡେଲ୍ ରପ୍ତାନି କରୁଛି।
୨୦୦୧ରେ ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ଆକ୍ଟିଭାରୁ ଏହାର ରପ୍ତାନି ଆରମ୍ଭ କରିଥିଲା। ୨୦୧୬ରେ ହୋଣ୍ଡାର କ୍ରମବର୍ଦ୍ଧିଷ୍ଣୁ ରପ୍ତାନି ଐତିହାସିକ ୧୫ ଲକ୍ଷ ମାଇଲଖୁଂଟ ଅତିକ୍ରମ କରିଥିଲା ଏବଂ ଏହାର ପରବର୍ତୀ ମାତ୍ର ୫ ବର୍ଷ ଭିତରେ କଂପାନି ତିନି ଗୁଣା ଅଧିକ ବେଗରେ ଆଉ ୧୫ ଲକ୍ଷ ଗାଡ଼ି ରପ୍ତାନି କରିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୧ରେ କଂପାନି ଏକ ନୂଆ ବିଦେଶ ବ୍ୟବସାୟ ସମ୍ପ୍ରସାରଣ ଶାଖା ଆରମ୍ଭ କରିଥିଲା ଏବଂ ଏହାର ବିଶ୍ୱସ୍ତରୀୟ ରପ୍ତାନିକୁ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ ଓ ୟୁରୋପ ଭଳି ବିକଶିତ ବଜାରକୁ ସମ୍ପ୍ରସାରିତ କରିଥିଲା। ପୁନଶ୍ଚ, ଗୁଜରାଟ୍ର ବିଠଲପୁର୍ ଠାରେ ଥିବା ଚତୁର୍ଥ କାରଖାନାରୁ କଂପାନି ବିଶ୍ୱସ୍ତରୀୟ ଇଂଜିନ୍ ଉତ୍ପାଦନ ମଧ୍ୟ ଆରମ୍ଭ କରିଅଛି।
ଏହି ଅବସରରେ ଶ୍ରୀଯୁକ୍ତ ଆତସୁସି ଓଗାତା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ବିଶ୍ୱ ରପ୍ତାନି ବଜାରରେ ହୋଣ୍ଡାର ଉପସ୍ଥିତିର ସମ୍ପ୍ରସାରଣ ଲାଗି ଏଚ୍ଏମ୍ଏସ୍ଆଇର ଉଦ୍ୟମ ପ୍ରତି ଉଜ୍ଜ୍ୱଳ ମାନ୍ୟତା ହେଉଛି ଏହି ମାଇଲଖୁଂଟ। ଗତବର୍ଷ ଗୁଜରାଟର ବିଠଲପୁର୍ କାରଖାନାରୁ ଆମେ ଆମର ବିଶ୍ୱସ୍ତରୀୟ ଇଂଜିନ୍ ଉତ୍ପାଦନର ଶୁଭାରମ୍ଭ କରିଥିଲୁ, ତେଣୁ ଆମ ରପ୍ତାନି ଦକ୍ଷତା ଆହୁରି ଦୃଢ଼ ହୋଇପାରିଛି। ଆମେ ବିକଶିତ ବଜାରରେ ଆହୁରି ଅଧିକ ପ୍ରବେଶ କରିଥିବା ବେଳେ ରପ୍ତାନି ସମ୍ପ୍ରସାରଣ ଉପରେ ଆମେ ଯେଉଁ ପୁନଃ ଗୁରୁତ୍ୱ ପ୍ରଦାନ କରିଛୁ ଯାହା ଏଚ୍ଏମ୍ଏସ୍ଆଇକୁ “ଦୁନିଆର ମାନୁଫାକ୍ଚରିଂ ହବ୍’ ହେବାର ଆଉ କିଛି ପାହାଚ ନିକଟତର କରିଛି।’’
ଶ୍ରୀଯୁକ୍ତ ୟଦବିନ୍ଦର୍ ସିଂହ ଗୁଲେରିଆ, ନିର୍ଦେଶକ-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ବିଗତ ଦୁଇ ଦଶନ୍ଧିରେ ରପ୍ତାନି ଜରିଆରେ ହୋଣ୍ଡା ୩୦ ଲକ୍ଷରୁ ଅଧିକ ଦୁଇ ଚକିଆ ଗ୍ରାହକଙ୍କୁ ଉଲ୍ଲସିତ କରିଛି। ଡିଓ ସ୍କୁଟର୍ ନେତୃତ୍ୱ ସହ ଆମେ ଆମର ରପ୍ତାନି ପୋର୍ଟଫୋଲିଓକୁ ଉଭୟ ସ୍କୁଟର୍ ଓ ବାଇକ୍ରେ ସମ୍ପ୍ରସାରିତ କରିଛୁ। ଉଚ୍ଚ ମାନ ଓ ଦକ୍ଷତା ସ୍ଥାପନ କରିବା ଓ ବିଶ୍ୱ ମାନକ ସହ ତୁଳନୀୟ ହେବା ପାଇଁ ଏଚଏମ୍ଏସ୍ଆଇ ୨୦୨୧ରେ ଏକ ଉତ୍ସର୍ଗୀକୃତ ବିଦେଶ ବ୍ୟବସାୟ ଶାଖା ସୃଷ୍ଟି କରିଛି।’’
Sign in
Sign in
Recover your password.
A password will be e-mailed to you.