ଭୁବନେଶ୍ୱର : ପରିଚାଳନାରେ କର୍ମଚାରୀ / ଶ୍ରମିକଙ୍କ ଅଂଶଗ୍ରହଣର ଏକ ଅଂଶ ଭାବରେ, ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ରେଳ ସଦନ ଠାରେ ପାର୍ଟିସିପେସନ ଅଫ ରେଲୱେ ଏମ୍ପ୍ଲୋୟୀଜ ଇନ୍ ମ୍ୟାନେଜମେଣ୍ଟ (ପ୍ରେମ୍) ବୈଠକ ଅନୁଷ୍ଠିତ ହୋଇଯାଇଅଛି ଯେଉଁଠାରେ ରେଳପଥର ସ୍ୱୀକୃତିପ୍ରାପ୍ତ ଟ୍ରେଡ ୟୁନିଅନର ପ୍ରତିନିଧୀ, ଅଧିକାରୀ ସଂଘ ଏବଂ ଆରପିଏଫ ଆସୋସିଏସନ ମାନଙ୍କର ପ୍ରତିନିଧି ମାନେ ଅଂଶଗ୍ରହଣ କରି ଫଳପ୍ରଦ ଭାବରେ ଗୁଣାତ୍ମକ କାର୍ଯ୍ୟ କରିବାକୁ ମତ ରଖିଥିଲେ |
ପାର୍ଟିସିପେସନ ଅଫ ରେଲୱେ ଏମ୍ପ୍ଲୋୟୀଜ ଇନ୍ ମ୍ୟାନେଜମେଣ୍ଟ ବୈଠକର ଧାରଣା କେବଳ ରେଳବାଇ ପାଇଁ ଅତୁଳନୀୟ ଏବଂ ଜୀବନ୍ତ ଏବଂ ଏହା ପରିପକ୍ୱ ଶିଳ୍ପ ସମ୍ପର୍କର ଏକ ସାକ୍ଷ୍ୟ ଅଟେ | ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଏହି ବୈଠକରେ ସଭାପତିତ୍ୱ କରିଥିବାବେଳେ ଉପ ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଏହି ସଭାର ସଂଯୋଜନା କରିଥିଲେ | ରେଳପଥର ପ୍ରମୁଖ ଅଧିକାରୀ ମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post
Next Post