ନୟାଗଡ଼ ପୌର ପରିଷଦ ନିର୍ବାଚନ ଆଚରଣବିଧି ନିମନ୍ତେ ସର୍ବଦଳୀୟ ବୈଠକ

0

ନୟାଗଡ଼(ବିଶ୍ୱଜିତ ନାୟକ) – ଆଜି ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଆଗାମୀ ନୟାଗଡ଼ ପୌର ପରିଷଦ ନିର୍ବାଚନ ସମ୍ବନ୍ଧରେ ଏକ ସର୍ବଦଳୀୟ ବୈଠକରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ ଏବଂ ବୈଠକରେ ଉପସ୍ଥିତ ଥିବା ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କର ପରିଚୟ ପ୍ରଦାନ କରିଥିଲେ । ନିର୍ବାଚନକୁ କୋଭିଡ୍ ଗାଇଡ୍ ଲାଇନ ମଧ୍ୟରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ନିର୍ବାଚନ ପର୍ଯବେକ୍ଷକ(ସାଧାରଣ) ଶ୍ରୀ ଧନଞୟ ସ୍ୱାଇଁ , ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଶା ସରକାର ମଡେଲ କୋର୍ଡ ଅଫ୍ କଣ୍ଡକ୍ଟ ଉପରେ ସମସ୍ତଙ୍କୁ ବୁଝାଇଥିଲେ ଏବଂ ଏହାକୁ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଶ୍ରୀ ବାବୁଲାଲ ପାତ୍ର, ନିର୍ବାଚନ ପର୍ଯ୍ୟବେକ୍ଷକ(ଖର୍ଚ୍ଚ) କହିଲେ ଯେ, ଏହି ନିର୍ବାଚନରେ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୨ଲକ୍ଷ ଟଙ୍କା ଏବଂ କାଉନସିଲର ପଦ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ପ୍ରତ୍ୟେକ ଦିନର ଖର୍ଚ୍ଚର ହିସାବ ତାଲିକା ନିର୍ଦ୍ଧାରିତ ଫର୍ମରେ ନିର୍ବାଚନ କମିଶନ,ଓଡ଼ିଶାଙ୍କୁ ଅବଗତ କରାଇବା ନିମନ୍ତେ ନିର୍ବାଚନ ପର୍ଯ୍ୟବକ୍ଷେକ(ଖର୍ଚ୍ଚ)ଙ୍କୁ ପ୍ରଦାନ କରିବେ ।

ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଅ. ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ,ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ, ନୟାଗଡ଼ ପୌର ପରିଷଦ ଶ୍ରୀ ଲଗ୍ନଜିତ ରାଉତ ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ/ ପ୍ରାର୍ଥିନୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.