ଜଙ୍ଗଲୀ ବାରାହା ମାଂସ ସହିତ ଜଣେ ଗିରଫ

0

 

ବାରିପଦା(ଦିଲ୍ଲୀପ ମହାନ୍ତି )- ମଙ୍ଗଳବାର ରାତିରେ ମୟୂରଭଞ୍ଜ ଜିଲ୍ଲା ଡ଼ୁକୁରା ରେଞ୍ଜ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ସପନଚୁଆ ଗ୍ରାମରେ ଏକ ଜଙ୍ଗଲୀ ବାରହାକୁ ମାରି ତାର ମାଂସକୁ ବିକ୍ରି କରାଯାଉଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପହଁଞ୍ଚିଥିଲା । ପେଟ୍ରୋଲିଂ କାଳବିଳମ୍ବ ନକରି ଘଟଣାସ୍ଥଳରେ ପହଁଞ୍ଚିଥିଲା । ଫରେଷ୍ଟ ଗାଡ଼ିକୁ ଦେଖି ଅନ୍ଧକାରର ସୁଯୋଗ ନେଇ ସେଠାରେ ଉପସ୍ଥିତ ରହିଥିବା ବ୍ୟକ୍ତିମାନେ ଯିଏ ଯେଉଁଆଡେ଼ ପାରିଲା ଖସି ପଳାଇ ଯାଇଥିବା ସମୟରେ ବନ କର୍ମଚାରୀମାନଙ୍କ ହାତରେ ଧରାପଡ଼ିଥିଲା ସପନଚୁଆ ଗ୍ରାମର ୬୦ ବର୍ଷର ବୃଦ୍ଧ ସନିଆ ସିଂ । ଏଥି ସହିତ ଘଟଣାସ୍ଥଳରୁ ପ୍ରାୟ ଅଢେ଼ଇ କିଲୋଗ୍ରାମରୁ ଅଧିକ ଓଜନର ଜଙ୍ଗଲୀ ବାରହା ମାଂସ ଓ ଅନ୍ୟାନ ଜିନିଷପତ୍ରକୁ ଜବତ କରିବା ପରେ ସନିଆକୁ ସାଥୀରେ ଧରି ବନ କର୍ମଚାରୀ ଡ଼ୁକୁରା ରେଞ୍ଜକୁ ଆଣି ପଚାରାଉଚୁରା କରିଥିଲେ । ଏହି ସମୟରେ ସନିଆ ସିଂ ବନ କର୍ମଚାରୀମାନଙ୍କୁ ଦେଇଥିବା ବୟାନ ଅନୁସାରେ ସନିଆ ତାଙ୍କ ଗ୍ରାମର ମାଣତ୍ରି ସିଂ(୬୦)ଙ୍କୁ ସାଥୀରେ ନେଇ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଫାଶ ବସାଇ ଜଙ୍ଗଲୀ ବାରହାକୁ ଶିକାର କରିଥିଲେ ଏବଂ ଉକ୍ତ ବାରହାକୁ ମାରି ତାର ମାଂସ ବିକ୍ରି କରୁଥିବା ବେଳେ ବନ କର୍ମଚାରୀମାନଙ୍କ ହାତରେ ଧରାପଡ଼ିଥିବାର ସ୍ୱିକାର କରିବା ପରେ ଅଭିଯୁକ୍ତ ସନିଆ ସିଂଙ୍କୁ ବନ୍ୟ ପ୍ରାଣୀ ଶିକାର ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ପେଟ୍ରୋଲିଂ ସମୟରେ ଡ଼ୁକୁରା ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନା, ତାଡ଼କି ସେକ୍ସନ ଫରେଷ୍ଟର ଲବଙ୍ଗଲତା ବିନ୍ଧାଣୀ, ବହଳଦା ବିଟ୍ ଫରେଷ୍ଟଗାଡର଼୍ ସାଧବ ସିଂ, ଡ଼ୁକୁରା ବିଟ ଫରେଷ୍ଟଗାଡର଼୍ ଶ୍ରୀନାଥ ସାମଲ ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ରହିଥିଲେ । 

 

 

 

Leave A Reply

Your email address will not be published.