ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତ ବାସୀଙ୍କ ଦୃଢ ସମର୍ଥନ ରେ ପଞ୍ଚାୟତ ସରପଞ୍ଚ ଭାବେ ଅନିଲ କୁମାର ଦଳାଇ ଓ ସମିତିସଭ୍ୟା ପ୍ରାର୍ଥୀନୀ ଭାବେ ପୁଷ୍ପଲତା ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ବ ଗ୍ରହଣ କଲାପରେ ସରପଞ୍ଚ ଓ ସମିତିସଭ୍ୟା ପ୍ରାର୍ଥୀ ପ୍ରକାଶ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ, ଲୋକପ୍ରିୟ ଶାସନ ରେ ଅନୁପ୍ରାଣିତ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିକାସମୁଖୀ କର୍ମନିଷ୍ଠା କୁ ନିଜ ଦୈନଦିନ ଜୀବନ ରେ ଲଗାଇ ପଂଚାୟତ ବାସୀଙ୍କ ପାଇଁ ସେବାମୂଳକ କାର୍ଯ୍ୟ କରି ଲୋକ ମାନଙ୍କ ଦୃଢ ସମର୍ଥନ ରେ ଆଜି ବିଜୟ ଲାଭ କରି ସରପଞ୍ଚ ଓ ସମିତିସଭ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ସକ୍ଷମ ହୋଇପାରିଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତର ସମାଜସେବୀ ବିଭୂତି ଭୂଷଣ ଦାସ, ପୂର୍ବତନ ସମିତିସଭ୍ୟ ଆନନ୍ଦ ଦାସ, ଅନିଲ କୁମାର ମଲ୍ଲିକ, କ୍ଷୀରୋଦ ନନ୍ଦ, ଅବଦୁଲ ରସିଦ ଖାଁ ଙ୍କ ସମେତ ସମସ୍ତ ୱାର୍ଡମେମ୍ବର ସଭ୍ୟ ସଭ୍ୟା ଙ୍କ ସମେତ ଗ୍ରାମବାସୀ ମାନେ ଯୋଗଦାନ କରି ନୂତନ ସରପଞ୍ଚ ଶ୍ରୀ ଦଳାଇ ଓ ସମିତିସଭ୍ୟା ଶ୍ରୀମତୀ ଦାସଙ୍କୁ ସମର୍ଦ୍ଧିତ କରିଥିଲେ । ଏହି ଅବସରରେ ନବନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟା ସମସ୍ତ ଗ୍ରାମ ପଞ୍ଚାୟତ ବାସୀଙ୍କୁ ଆନ୍ତରିକତାର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.