ବାସୁଦେବପୁର- ଇଣ୍ଡିଆ ବୁକ ପରେ ଇଣ୍ଟରନ୍ୟାସନାଲ ବୁକରେ ସ୍ଥାନ ପାଇଲେ ବାସୁଦେବପୁର ଅଞ୍ଚଳର କୁନି ଛାତ୍ରୀ ଅନ୍ଵେଷା ସାହୁ। ଅନେଷା ବାସୁଦେବପୁର ଅଞ୍ଚଳର ରୋଜାଲିନ ସାହୁ ଓ ମନୋଜ ସାହୁଙ୍କ କନ୍ୟା ଯାହାଙ୍କର ବୟସ ୫ବର୍ଷ । ବାସୁଦେବପୁର ର ବିସ୍ମୟ ବାଳିକା ଅନ୍ଵେଷା ସାହୁଙ୍କୁ ବିଭିନ୍ନ ମହଲ ରୁ ଅଭିନନ୍ଦନ ର ସୁଅ ଆସିବାରେ ଲାଗିଛି। ସୂଚନା ଥାଉ କି କିଛି ଦିନ ତଳେ ଇଣ୍ଡିଆ ବୁକ୍ ରେ ସ୍ଥାନ ପାଇ ରେକର୍ଡ କରିଥିବା ବାସୁଦେବପୁର ପୌର ପରିଷଦ ର୧୧ ନୋ ୱାର୍ଡ ର ଏହି କୁନି ଛାତ୍ରୀ ଜଣକ ପୁଣି ଇଣ୍ଟରନ୍ୟାସନାଲ ବୁକ୍ ରେ ସ୍ଥାନ ପାଇ ରେକର୍ଡ ସୃଷ୍ଟି କରିଛନ୍ତି। ଆଗକୁ ଲିମକା ବୁକ୍ ରେ ସ୍ଥାନ ପାଇ ବାକୁ ଲକ୍ଷ ରଖିଛନ୍ତି ବୋଲି ତାଙ୍କର ପିତା ମାତା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.