ଉଚିତ ଅନୁକମ୍ପା ରାଶି ଯୋଗାଇଦେବାକୁ ଦାବି କଲେ ଅର୍କେଶ 

0

08-08-18-b.jpg - 83.14 kB 

ସୁରକ୍ଷା ଚକ୍ର ରୂପେ ବିବେଚିତ “ବାଏପାସ ରାସ୍ତା ରିଂ ରୋଡ୍ ” ନିର୍ମାଣ ନହେଲେ ଆନ୍ଦୋଳନ ଧମକ ଦେଲା  ବଲାଙ୍ଗୀର ଏକ୍ସନ କମିଟୀ

ବଲାଙ୍ଗୀର  /ନିରୋଜ ମିଶ୍ର : ଆଜିର ସଡକ ଦୁର୍ଘଟଣା ରେ ଛାତ୍ରୀ ମୃତ୍ୟୁ ରେ ଶୋକ ପ୍ରକାଶ କରି ବିଜୁ ଜନତା ଦଳ ନେତା ଅର୍କେଶ  ସିଂଦେଓ ଛାତ୍ରୀ ଙ୍କ ପରିବାର ଙ୍କୁ ଉଚିତ୍ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ  କରି ଉପଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରୁଛନ୍ତି । ଆଲୋଚନା ବେଳେ ଯୁବ ନେତା ଲୋଟସ ଷଢଙ୍ଗି ମଧ୍ୟ ଉପସ୍ଥିତ ଥିଲେ | 

 ଅନ୍ୟପକ୍ଷରେ ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ରାସ୍ତା ଦୁର୍ଘଟଣା ବୃଦ୍ଧି ପାଉଛି । ନିରିହ ଲୋକମାନଙ୍କ ଜୀବନ ଚାଲି ଯାଉଛି । ବଲାଙ୍ଗୀର ଏକ୍ସନ କମିଟୀ ବିଭିନ୍ନ ସମୟରେ ବଲାଙ୍ଗୀର ର ସୁରକ୍ଷା ଚକ୍ର ରୂପେ ବିବେଚିତ “ବାଏପାସ ରାସ୍ତା ରିଂ ରୋଡ୍ ” ନିର୍ମାଣ କାର୍ଯ୍ୟ  ତ୍ବରାନ୍ବିତ କରିବା ପାଇଁ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କୁ ଦାବୀ କରିି ଆସୁଛି |  କିନ୍ତୁ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ବୈମାତୃକ ମନୋଭାବ ପୋଷଣ ଯୋଗୁ ଚିର ଅବହେଳିତ ହୋଇ ରହିଯାଇଛି । ଯାହା ଫଳରେ ଲୋକଙ୍କ ମନରେ ଦିନକୁ ଦିନ କ୍ଷୋଭ ପ୍ରକାଶ  ପାଉଛି । ଏହାର ତୁରନ୍ତ ବିହିତ ପଦକ୍ଷେପ ନିଆ ନ ଗଲେ  ବଲାଙ୍ଗୀର ଏକ୍ସନ କମିଟୀ  ସୁରକ୍ଷା ଚକ୍ର ରୂପେ ବିବେଚିତ “ବାଏପାସ ରାସ୍ତା ରିଂ ରୋଡ୍ ” ନିର୍ମାଣ ପାଇଁ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ।

 

 

Leave A Reply

Your email address will not be published.