ମାନିନୀ ଭୋଇ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

0 2

ବରଗଡ :- ଗତକାଲି ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ 12ରୁ 12 ବ୍ଲକ ଦଖଲ କରିଥିବା ବିଜୁଜନତା ଦଳ ଆଜି ବରଗଡ଼ ଜିଲ୍ଲା ପରିଷଦ ବିଧିବଦ୍ଧ ଭାବେ ଦଖଲ କରିଛି ।ବରଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେଡିର ଟାଣୁଆ ଯୁବ ନେତ୍ରୀ ତଥା ବିଜେପୁର ବ୍ଲକର ବିଦାୟୀ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ । ଏଠାରେ ସୂଚନାଯୋଗ୍ୟ ଯେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ଆଜି ଥିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ଏହି କ୍ରମରେ ବରଗଡ଼ ଜିଲ୍ଲା ବିଜେପୁର ରୁ ଜିଲ୍ଲା ପରିଷଦ ସଭ୍ୟା ରୂପେ ନିର୍ବାଚିତ ହୋଇଥିବା ଶ୍ରୀମତୀ ମାନିନୀ ଭୋଇ ଙ୍କୁ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ମନୋନୀତ କରିଥିଲା । ୩୪ ଆସନ ବିଶିଷ୍ଟ ବରଗଡ଼ ଜିଲ୍ଲା ପରିଷଦ ମଧ୍ୟରେ ବିଜେଡି କୁ 27 ଓ ବିଜେପି କୁ ମାତ୍ର ସାତ ଗୋଟି ଆସନ ମିଳିଛି । ଗତ ଥର ଜିଲ୍ଲା ପରିଷଦ ଆସନ ବିଜେପି କବଜାରେ ଥିବା ବେଳେ ଏଥର ରେକର୍ଡ଼ ବିଜୟ ସହିତ ବିଜେଡି ଜିଲ୍ଲା ପରିଷଦ ହତେଇବାରେ ସଫଳ ହୋଇଛି । ବିଜେପୁର ଅଞ୍ଚଳର ଶ୍ରୀମତୀ ମାନିନୀ ଭୋଇ ଗତ ଥର ବିଜେପୁର ବ୍ଲକ ଅଧ୍ୟକ୍ଷ ଥିଲେ ।

Leave A Reply

Your email address will not be published.