ଜିଗ୍ନିପୁର ଗ୍ରାମ ପଞ୍ଚାୟତ ଛୁଆଳିଆ ଗ୍ରାମର ବାବା ଅଖଣ୍ଡଳମଣି ଙ୍କ ପୀଠରେ ସପ୍ତମ ବାର୍ଷିକ ଯଜ୍ଞ ଉତ୍ସବ ର କଳସ ଯାତ୍ରା ଅନୁଷ୍ଠିତ ।

0 2

 ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ପଞ୍ଚାୟତ ଛୁଆଳିଆ ର ବାବା ଅଖଣ୍ଡଳମଣି ଙ୍କ ପୀଠରେ ସପ୍ତମ ବାର୍ଷିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅପରାହ୍ନ ସମୟରେ ଛୁଆଳିଆ ଗ୍ରାମର ମନ୍ଦିର ନିକଟରୁ ମାଆ ଭଉଣୀମାନେ ଏକ କଳସ ଶୋଭାଯାତ୍ରା ରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବ ଜୀଉ ଙ୍କ ପବିତ୍ର ଚନ୍ଦନ ପୁଷ୍କରିଣୀ ନିକଟରେ ପହଂଚି ବୈଦିକ ରୀତିରେ ବିଜ୍ଞ ପଣ୍ଡିତ ମଣ୍ଡଳୀ ଙ୍କ ନିର୍ଦେଶ ରେ ଜଳ ଗ୍ରହଣ କରିଥିଲେ । ପରେ ପରେ ସମସ୍ତ କଳସଧାରୀ ମାଆମାନେ ଚାଲିଥିଲେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିର ଅଭିମୁଖେ । ସେମାନଙ୍କର ଏକ ମାତ୍ର ଲକ୍ଷ୍ୟ ଥିଲା ମହାପ୍ରଭୁଙ୍କ ବେଢା ପରିକ୍ରମା କରି ସଙ୍ଗରେ ଦିଅଁ ଙ୍କ ଆଜ୍ଞା ମାଳ ନେଇ ବାବା ଙ୍କ ପୀଠରେ ଯଜ୍ଞ କାର୍ଯ୍ୟକୁ ଆରମ୍ଭ କରିବା । ଶୋଭାଯାତ୍ରା ସମୟରେ ହରିବୋଲ ଓ ହୁଳ ହୁଳି ଧ୍ୱନି ପରିବେଶକୁ ପ୍ରକମ୍ପିତ କରୁଥାଏ । ଉକ୍ତ ଯଜ୍ଞ ରେ କର୍ତ୍ତା ଓ କର୍ତ୍ତି ଭାବେ ପ୍ରଭାକର ସ୍ୱାଇଁ ଓ ରୁକ୍ମଣୀ ସ୍ୱାଇଁ ଯୋଗ ଦେଇଥିବାବେଳେ, ସମାଜସେବୀ ଜ୍ଞାନରଞ୍ଜନ ରାଉତ ମନୋଜ ଘଡ଼ାଇ, ଚନ୍ଦନ ରାଉତ, ନିତ୍ୟାନନ୍ଦ ସ୍ୱାଇଁ, ଗଣେଶ୍ୱର ରାଉତ, ଚନ୍ଦ୍ରମଣି ସ୍ୱାଇଁ, ରତିକାନ୍ତ, ହରିବନ୍ଧୁ, ପ୍ରତାପ ,ଗଣେଶ୍ୱର ରାଉତ ଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତି ରହି ସହଯୋଗ ବଜାୟ ରଖୁଛନ୍ତି । ଏହି ଯଜ୍ଞ ଉତ୍ସବ ର ପୂର୍ଣ୍ଣାହୁତି ଉତ୍ସବ ରବିବାର ଅପରାହ୍ନ ରେ ଅନୁଷ୍ଠିତ ହେବ ବୋଲି ମନ୍ଦିର ସଭ୍ୟଙ୍କ ଦ୍ବାରା ପ୍ରକାଶ ।

Leave A Reply

Your email address will not be published.