ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ଦଖଲ କଲେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଦୀପା ମଲିକ ; ୨୮ ଖଣ୍ଡ ଭୋଟରେ ବିଜୟୀ ।

0

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ): କଟକ ଜିଲ୍ଲା ମାହାଙ୍ଗା ପଞ୍ଚାୟତ ସମିତି ବ୍ଲକ ଅଧ୍ୟକ୍ଷା ପଦ ବିଜେଡି ଦଖଲ କରିଛି। ଚଳିତ ବର୍ଷ ପଛୁଆ ବର୍ଗ ମହିଳା ଅଧ୍ୟକ୍ଷା ପଦ ପାଇଁ ସଂରକ୍ଷଣ ଥିବା ବେଳେ ମାହାଙ୍ଗା ବ୍ଲକ ରେ ବିଜେଡ଼ି କରିଛି ବାଜିମାତ । ବିଜେଡି ପ୍ରାର୍ଥୀ ବିଜୟ ହେବା ହିଁ ସ୍ପଷ୍ଟ ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ପ୍ରତାପ ଜେନା ଙ୍କ ପ୍ରତି ଲୋକପ୍ରିୟତା ର ନଗ୍ନ ଉଦାହରଣ। ମାହାଙ୍ଗା ବ୍ଲକ ଅଧକ୍ଷା ପଦବୀ ପାଇଁ ମାହାଙ୍ଗା ପଂଚାୟତ ସମିତି ସଭ୍ୟା ଦୀପା ମଲ୍ଲିକ ବିଜେଡ଼ି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ବିରୋଧରେ ବିଜେପି ସମର୍ଥିତ ମଧୁପୁର ପଞ୍ଚାୟତ ସମିତି ସଭ୍ୟା ଲିଲି ସେଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମାହାଙ୍ଗା ବ୍ଲକ ର ମୋଟ 37 ଗୋଟି ଗ୍ରାମ ପଞ୍ଚାୟତ ର ସମିତିସଭ୍ୟ ପ୍ରାର୍ଥୀମାନେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଦିପା ମଲ୍ଲିକ ଙ୍କୁ ୨୮ ଖଣ୍ଡ ଭୋଟ ଦେଇ ବିଜୟୀ କରାଇ ଥିବାବେଳେ ପ୍ରତିଦ୍ୱନ୍ଦୀ ଲିଲି ସେଠୀ ଙ୍କୁ ୯ ଖଣ୍ଡ ଭୋଟ ଦେଇଥିଲେ । ଫଳରେ ବିଜେଡି ସମର୍ଥିତ ପ୍ରାର୍ଥୀନି ଦିପା ମଲିକ ବିଜୟ ଲାଭ କରି ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଆସନ ହାତେଇଛନ୍ତି । ନବନିର୍ବାଚିତ ବ୍ଲକ ର ଅଧକ୍ଷ୍ୟ ଶ୍ରୀମତୀ ମଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅପରପକ୍ଷରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରି ବ୍ଲକ ଅଧକ୍ଷା ଆସନ ହାସଲ କରିଥିବାରୁ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ଆନନ୍ଦ ଭାବାବେଗ ଖେଳିଯାଇଥିବାର ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.