ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି ::-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେଂଟାଳୋ ଗ୍ରାମପଂଚାୟତ ମଲ୍ଲୀପୁର ଅସୁରେଶ୍ୱର ସ୍ଥିତ ଓଡ଼ିଶା ତଥା ପୁରାଣ ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ଜୀୟୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠାର ଅଷ୍ଟମ ବାର୍ଷିକ ଅବସରରେ ୩ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବିଶ୍ୱଶାନ୍ତି ମହାଯଜ୍ଞ ର କଳସଯାତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୯ ତାରିଖ ଦିନ ମଧ୍ୟାହ୍ନରେ ମୁଖ୍ୟ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଧିବଦ୍ଧ ବୈଦିକ ରୀତିରେ ପୂଜାର୍ଚ୍ଚନା କରାଯାଇ ନିକଟସ୍ତ ଖଲାରେଶ୍ୱର ଲୁଣାନଦୀ ଘାଟରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ହରିବୋଲ, ହୁଳହୁଳି,ଘ ,କାହାଳୀ ଧ୍ୱନୀରେ ଏକ କଳସ ଶୋଭାଯାତ୍ରାରେ ଆସିଥିଲେ । ପାରମ୍ପରିକ ବୈଦିକ ରୀତିରେ କଳସଗୁଡ଼ିକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ କାର୍ଯ୍ୟ ନିର୍ଘ ଅନୁଯାୟୀ ଅଙ୍କୁରାଧିବାସ, ସୂର୍ଯ୍ୟ ପୁଜା, ଗୋ ପୁଜା କରାଯାଇଥିଲା । ଏହି ଯଜ୍ଞରେ କର୍ତ୍ତା ଭାବେ ସମାଜସେବୀ ପ୍ରମୋଦ କୁମାର ସାହୁ,ରଘୁନାଥ ନାୟକ କାର୍ଯ୍ୟକ୍ରମ ତୁଲାଇଥିଲେ ।
ଏହି ଯଜ୍ଞ ଉତ୍ସବ ୩ ଦିନ ହେବାକୁ ଥିବା ବେଳେ ୧୧ ତାରିଖ ଶୁକ୍ରବାର ଦିନ ପୂର୍ଣ୍ଣାହୂତି ଉତ୍ସବ ଅନୁଷ୍ଠିତ କରାଯିବ ବୋଲି ମନ୍ଦିର ପରିଚାଳନା କମିଟିର ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ । ଏହି ପବିତ୍ର କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମନ୍ଦିର ପରିଚାଳନା କମିଟିର ସଭ୍ୟ କିଶୋର କୁମାର ରାଉତରାୟ,ଅଜୟ କୁମାର ପଣ୍ଡା, ଚିନ୍ମୟ କୁମାର ରାଉତରାୟ, ଗୟାଧର ସ୍ୱାଇଁ, ମନୋରଂଜନ ଭୂୟାଁ,ସୁନିଲ କୁମାର ସିଂ,ଶିବପ୍ରସାଦ ଦାଶ,ପୁରୁଷୋ ମ ଦାସ,ବିଜୟ କୁମାର ସାହୁ,ସୁକାନ୍ତ କୁମାର ସାହୁ,ଅନନ୍ତ କୁମାର ଦାସ,ପ୍ରଭାତ କୁମାର ସ୍ପାଇଁ,ମୀନକେତନ ସାହୁ , ଅକ୍ଷୟ କୁମାର ଭୂୟାଁ ଙ୍କ ସମେତ ସ୍ଥାନୀୟ ଅଂଚଳବାସୀ ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ଭାବେ ପ୍ରତ୍ୟହ ସନ୍ଧ୍ୟା ସମୟରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁ୍ଷ୍ଠିତ କରାଯିବ ।