ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ବର୍ଷା ଜଳକୁ କିପରି ସଂରକ୍ଷଣ ସହ ପୁନଃବ୍ୟବହାର କରାଯିବ ସେନେଇ ଭର୍ଚୁଆଲରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।
ଏହି କାର୍ଯ୍ୟକ୍ରମରେ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ କେ.ସୁଦର୍ଶନ ପାତ୍ର , ବିନୋଦ ଜେନା , ମନୋଜ ପଟ୍ଟନାୟକ , ତିରୁପତି ପ୍ରସାଦ ପଣ୍ଡା ଓ ଅନୁରାଗ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବର୍ଷା ଜଳକୁ ସଂଗ୍ରହ କରି କିପରି ସଂରକ୍ଷଣ କରିବା ଏବଂ ସେହି ସଂଗ୍ରହିତ ଜଳକୁ କିପରି ପୁନଃବ୍ୟବହାର କରିବା ସେ ନେଇ ଉପସ୍ଥିତ ଅତିଥି ବୃନ୍ଦ ନିଜନିଜର ମନ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ବେଚ୍ଛାସେବୀ ମାନଙ୍କ ସହ ୪୦୦ ରୁ ଅଧିକ ଯୁବକ ସଂଘର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ଅଧିକାରୀ ପରିଚାଳନା କରିଥବା ବେଳେ ନେହୁରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ବି. ଭବାନୀ , ଏ .ମହେଶ୍ୱର ରାଓ , ନେହୁରୁ ଯୁବ କେନ୍ଦ୍ରର ପ୍ରଶିକ୍ଷିକା ମୋହିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.