ନିଶ୍ଚିନ୍ତକୋଇଲି, (ଦେବେନ୍ଦ୍ର ଷଢଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ପଞ୍ଚାୟତରେ ଅବସ୍ଥିତ ବହୁ ପୁରାତନ ଉଦ୍ଧବ ବାବା ଙ୍କ ପୀଠରେ ପଞ୍ଚମ ବାର୍ଷିକ ବରୁଣେଇ ମେଳା ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ପର୍ଣ ହୋଇଯାଇଛି । ପ୍ରକାଶ ଥାଉକି ଏହି ପୀଠକୁ ଲୋକଲୋଚନକୁ ଆଣିବା ଓ ସେଠାରେ ଅବସ୍ଥିତ ମହାପଞ୍ଚମୁଖୀ ନାଗ ଦେବତାଙ୍କୁ ନିଜ ସାଧନା ମାଧ୍ୟମରେ ସିଦ୍ଧି ଲାଭ କରାଇ ଭଗବତ ପ୍ରାପ୍ତି କରିଥିଲେ । ପୁରୁଖା ଲୋକଙ୍କ କଥା ତଥା କଥିତ ଜନଶୃତି ଅନୁଯାଇ ବାବା ଏଠାରେ ନାଗ ଦେବତାଙ୍କୁ ସନ୍ତୁଷ୍ଟ କରାଇବା ସହିତ, ଗୁପ୍ତ ଯଜ୍ଞ ଓ ରଥ ଯାତ୍ରା ମଧ୍ୟ କରାଉଥିଲେ । ଯାହାକି ଉଦ୍ଧବ ବାବା ଙ୍କ ଦେହାନ୍ତ ପରେ, କାଳ କ୍ରମେ ବନ୍ଦ ହୋଇଯାଇଥିଲା । ସେହି ଅଞ୍ଚଳ ର ବୟସ୍କ ଲୋକମାନେ କୁହନ୍ତି କି, ସେମାନେ ମଧ୍ୟ ଚଳନ୍ତି ଓ ଜୀବନ୍ତ ପଞ୍ଚମୁଖୀ ନାଗ ଦେବତାଙ୍କୁ ଦର୍ଶନ କରିଛନ୍ତି । ପ୍ରାୟ ବିଗତ ପାଞ୍ଚ ବର୍ଷ ହେବ, ବୁହାଳୋ ଗ୍ରାମର ଯୁବକ ବନ୍ଧୁ ମାନଙ୍କ ପ୍ରଚେଷ୍ଟାରେ, ଉକ୍ତ ପୀଠର ପୁନରୁଦ୍ଧାର କରାଯାଇ, ବରୁଣେଇ ନାମରେ ପ୍ରତିବର୍ଷ ମେଳା ଆୟୋଜନ କରାଯାଉଛି । ଅନେକ ଭକ୍ତ ଙ୍କ ଉପସ୍ଥିତି ସହିତ, ଭଜନ ସନ୍ଧ୍ୟା ଓ ହରିବୋଲ ହୁଳ ହୁଳି ଧ୍ୱନି ରେ ପୀଠ ପ୍ରକମ୍ପିତ ହେଉଥିବା ଦୃଶ୍ୟ କୁ ଆମ ଓଡିଶା ଭଏସ ପ୍ରତିନିଧି ତାଙ୍କ କ୍ୟାମେରା ମାଧ୍ୟମରେ ଲୋକ ଲୋଚନକୁ ଆଣିବାର ପ୍ରୟାସ କରିଥିଲେ । ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପବିତ୍ର ମଲିକ, ପ୍ରମୋଦ କୁମାର ମଲିକ, ନରେନ୍ଦ୍ର କୁମାର ସାହୁ ,ଦାମୋଦର ମଲିକ, କ୍ଷୀରୋଦ କୁମାର ସେଠୀ, କ୍ଷୀରୋଦ କୁମାର ଦାସ,ପ୍ରସନ୍ନ ସେଠି,ପ୍ରଭାତ ପରିଡା, ରମେଶ ସେଠି,ଚକ୍ରଧର ସେଠି, ପ୍ରକାଶ ଚନ୍ଦ୍ର ଦାସ, ପ୍ରତାପ କୁମାର ସେଠୀ,ପ୍ରଶାନ୍ତ ମଲିକ, ନକୁଳ ମଲିକ, ବିପିନ ମଲିକ, ହରିହର ଦାସ,ଚିତ୍ତରଂଜନ ମଲିକ ଙ୍କ ସମେତ ସମସ୍ତ ଯୁବକ ଓ ବୁହାଳ ଗ୍ରାମବାସୀ ଭକ୍ତିପୃତଃ ଭାବରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.