ଖଇରା/ବୁଲୁ ଲେଙ୍କା :ବାଲେଶ୍ଵର ଜିଲ୍ଲା ଖଇରା ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଖଇରା ଦୁର୍ଗା ମଣ୍ଡପ ପରିସରରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶରତ ଚନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଭିନ୍ନ ଅତିଥିମାନେ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ବେଦପାଠ କରିଥିଲେ । ପ୍ରଫେସର ଉମେଶ ଚନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ବାର୍ଷିକ ବିବରଣୀ ପାଠକରିଥିଲେ । ଗୀତା ପାଠ କରିଥିଲେ ବୁଦ୍ଧିରାମ ପାଣିଗ୍ରାହୀ । ଅତିଥିମାନେ ବରିଷ୍ଠ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବକ୍ତବ୍ୟମାନ ପ୍ରଦାନ କରିଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା ବରିଷ୍ଠ ମାନଙ୍କ ବକ୍ତବ୍ୟ ସମସ୍ତଙ୍କ ନିମନ୍ତେ ଶିକ୍ଷଣୀୟ ଓ ଉପଦେଶାତ୍ମକ ହୋଇଥିଲା । ଏଥିରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସନାତନ ପଣ୍ଡା, ପ୍ରାଣବନ୍ଧୁ ମହାପାତ୍ର, ଭଗବାନ ଚନ୍ଦ୍ର ସେଠୀ, ପଦ୍ମନାଭ ଶନିବିଗ୍ରହ, କେଶବ ଚନ୍ଦ୍ର ମହାପାତ୍ର, ଲମ୍ବୋଦର ଦଳାଇ, ମଧୁସୂଦନ ପଣ୍ଡା, ଲକ୍ଷ୍ମଣ ରାଉଳ, ଭାଗବତ ପ୍ରସାଦ ବାରିକ, ବୃନ୍ଦାବନ ପଣ୍ଡା, ନାରାୟଣ ପ୍ରସାଦ ମହାନ୍ତି, ମଦନ ମୋହନ ଜେନା, ନୀଳମଣି ଦାସ, ରଘୁନାଥ ପାଢ଼ୀ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ତର୍ଯ୍ୟାମୀ ପାତ୍ର, ବୁଦ୍ଧିରାମ ପାଣିଗ୍ରାହୀ, ନାରାୟଣ ପେଡା, କମଳାକାନ୍ତ ନାୟକ ଓ ଅନାମ ଚରଣ ପଣ୍ଡା ପ୍ରମୁଖ ମାନପତ୍ର ପାଠକରିବା ସହିତ ସଭା ପରିଚାଳନାରେ ସହଯୋଗ କରିଥିଲେ । ଦିବସବ୍ଯପୀ କାର୍ଯ୍ୟକ୍ରମ ପରିଚାଳନାରେ ରାଧାକାନ୍ତ ପାତ୍ରଙ୍କ ସମେତ ସମସ୍ତ ସଭ୍ୟମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଧନ୍ୟବାଦ ଅର୍ପଣପରେ ସଭାପତି ସଭାସାଙ୍ଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.