ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

0

ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗୀ) – ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏବଂ ମାର୍ଚ୍ଚ 5 ପଞ୍ଚାୟତିରାଜ ଦିବସ ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମହାନ ଜନନାୟକ, ଭୂମିପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ନିଶ୍ଚିନ୍ତକୋଇଲି ବଉଳ ବଜାର ସ୍ଥିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ଲକ ବିଜୁ ଜନତା ଦଳ ସଭାପତି ରମାକାନ୍ତ ମହାନ୍ତି, ବିଜେଡି ଯୁବନେତା ଅଶୋକ କୁମାର ଓଝା,ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର,ବରିଷ୍ଠ ନେତା କ୍ଷୀରୋଦ ଚନ୍ଦ୍ର ପଣ୍ଡା, ଜ୍ୟୋତିପ୍ରକାଶ ସ୍ୱାଇଁ, ଜିଲ୍ଲାପରିଷଦ ବିପ୍ଳବ କାପ, ଧୀରେନ୍ଦ୍ରନାଥ ବେହେରା,ଜ୍ଞାନରଂଜନ ରାଉତ,ବିବେକାନନ୍ଦ ଆଚାର୍ଯ୍ୟ, ପ୍ରମୋଦ ସ୍ୱାଇଁ,ଅରୁଣ ସାମନ୍ତରାୟ, ରଞ୍ଜନ କୁମାର ଜେନା,ଯୁବବିଜେଡି ଛାତ୍ର ସଭାପତି ସତ୍ୟଜିତ ମହାପାତ୍ର,କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକ, ମିଡିଆ ସଂଯୋଜକ ଅମିନ ଖାଁ, ସାଧାରଣ ସମ୍ପାଦକ ବିଜୟାନନ୍ଦ ମଲିକ,ଶୁଭମ ଦାସ, ପଦ୍ମନାଭ ତ୍ରିପାଠୀ ,ତାରଣ ତଥାଗତ ଦାସଙ୍କ ସମେତ ବହୁ ଯୁବ ବିଜେଡି ନେତା, ବରିଷ୍ଠ ନାଗରିକ, ସମାଜସେବୀ ନେତା ମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.