କେନ୍ଦୁଝର/ସିଦ୍ଧେଶ୍ୱର ସାହୁ: ଆଜି କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ପଦ ଲାଗି ବିଶିଷ୍ଟ ଜନପ୍ରିୟ ଡାକ୍ତର ପୂର୍ବତନ ଶ୍ରେଷ୍ଠ ନଗରପାଳ ଡାକ୍ତର ଉଦୟନାଥ ସାହୁଙ୍କ ପୁତ୍ର ବଧୂ ପ୍ରାଚୀବାଳା ସାହୁ ମନୋନୟନ ପତ୍ର କିଣି ନେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡାକ୍ତର ସାହୁ ନଗରପାଳ ଥିବା ବେଳେ କେନ୍ଦୁଝରଗଡ଼ ସହରର ପ୍ରଭୁତ ଉନ୍ନତି ହୋଇ ଥିଲା ସେ ବଡ ଘାଗରାରୁ ସହରକୁ ୨୪ ଘଣ୍ଟିଆ ପାଣି ବ୍ୟବସ୍ଥା କରି ଥିଲେ । ପୁରୁଣା ସହରରେ ଡାକ୍ତରଖାନା ଆଦି ବହୁତ କାମ କରି ଥିଲେ ଯାହାକୁ ଲୋକେ ଆଜି ଝୁରୁଛନ୍ତି । ସେହି ପରି ପ୍ରାଚୀବାଳା ନିଜେ ଜଣେ କଣ୍ଠ ଶିଳ୍ପୀ ସହ ଶିକ୍ଷାଦାନ କରୁ ଥିଲା ତାଙ୍କ ସ୍ୱାମୀ ଦିଲୀପ ସାହୁ ଜଣେ ଖ୍ୟାତନାମା ପତ୍ରକାର ସହ ବରିଷ୍ଠ କାର୍ଟୁନିଷ୍ଟ । ଦିଲିପ ବାବୁ କେନ୍ଦୁଝର ନଗରପାଳିକାର ଅନେକ ମହାଦୁର୍ନୀତିକୁ ଉଜାଗର କରିବା ଦ୍ୱାରା ପ୍ରଶାସନର ଚେତା ହଜି ଯାଇଛି । ସାଇନ ବୋର୍ଡ ଦୁର୍ନୀତି କରି କୋଟି କୋଟି ଟଙ୍କା ହଡପ ହେଇଛି ଯେ ତା ଉତ୍ତର କଲେକ୍ଟର ଏଯାଏ ଦେଇ ପାରୁନାହାନ୍ତି। ହୋଲଡିଂ ଟିକସ ମଧ୍ୟ ୧୦ରୁ ୧୦୦ଗୁଣ ବଢି ଯିବାରୁ ପ୍ରବଳ ଜନରୋଷ ରହିଛି କେନ୍ଦୁଝରରେ ।କେନ୍ଦୁଝର ଏକ ଗଡଜାତ ଅଂଚଳ ହୋଇ ଥିବା ବେଳେ ଏଠାକାର ରାଜନୀତି ଟିକେ ଅଲଗା । ପ୍ରମୁଖ ଦଳ ମାନେ ଟଙ୍କା ପଇସାକୁ ଆଶ୍ରା କରି ଠିକ ପ୍ରାର୍ଥୀ ବାଛି ନଥିବା ବେଳେ ଏଣେ ସ୍ୱାଧୀନ ପ୍ରାର୍ଥୀଙ୍କ ଭାଉ ବଢୁଛି । ସ୍ଥାନୀୟ ଲୋକଙ୍କୁ ପ୍ରାର୍ଥୀ ନକରି ବାହାର ଲୋକଙ୍କୁ ଆଣିବା ସହ ଦୁର୍ନୀତି ବାବଦରେ ମୁହଁ ନଖୋଲିବା ଆଗାମୀ ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ମହଙ୍ଗା ପଡିପାରେ ଆଲୋଚନା ହେଉଛି । କେନ୍ଦୁଝରଗଡ଼ ରେ ଏବେ କାଉନସିଲର ପଦବୀ ଲାଗି ଅଯୋଗ୍ୟ ଲୋକଙ୍କୁ ଦଳ ମାନେ ପ୍ରାର୍ଥୀ କରି ଥିବାରୁ ବହୁ ସ୍ୱାଧୀନ ପ୍ରାର୍ଥୀଙ୍କ ଆବିର୍ଭାବ ହୋଇଛି । ସୁନିତା ସାହୁ ନାମ୍ନୀ ଜଣେ ଏମ ଏ ପାସ ଝିଅଙ୍କୁ ପ୍ରାର୍ଥୀ ନକରି ଅଣ୍ଡର ମାଟ୍ରିକ ପିଲାକୁ ଟିକଟ ଦିଆ ଯାଇଥିବା ସେ କହି ନିଜେ ସ୍ୱାଧୀନରୁ ଠିଆ ହେବେ କହିଛନ୍ତି । ତେବେ ଆଗାମୀ ପୌର ନିର୍ବାଚନ ରୋଚକ ହେବ ଅନୁମାନ କରା ଯାଉଛି ।
Sign in
Sign in
Recover your password.
A password will be e-mailed to you.