ଇଣ୍ଡିଆ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ ତିନି ଚକିଆ ସାଇକଲ ହୁଇଲ୍ ଚେୟାର ପ୍ରଦାନ ।

0

ବୁଗୁଡ଼ା : (ଡ଼. କୁମୁଦ ଚନ୍ଦ୍ର ବେହେରା ) ଇଣ୍ଡିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ  ସଂସ୍ଥାର କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ   ପୋଲସରା ବ୍ଲକ ଓ ବୁଗୁଡ଼ା ବ୍ଲକ ର ସର୍ବ ମୋଟ 37 ଦିବ୍ୟାଙ୍ଗ ମାନଙ୍କୁ ତିନି ଚକିଆ ସାଇକେଲ ଏବଂ ହୁଇଲ୍ ଚେୟାର  ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆ ସ୍ବେଚ୍ଛାସେବୀ  ଅନୁଷ୍ଠାନର ନିର୍ଦେଶକ ଡ଼. କୁମୁଦ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। 
ଏଥିରେ ବୁଗୁଡ଼ା ବ୍ଲକର ସାମାଜିକ ସୁରକ୍ଷା ଅଧିକାରି ସୁପ୍ରିୟା ତ୍ରିପାଠୀ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ବାଲିପଦର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବ୍ରଜ କିଶୋର ପାଢ଼ୀ, ଅଧିବକ୍ତା ସାଇ ସନ୍ତୋଷିନୀ ପ୍ରଧାନ ଓ ସୁସାନ୍ତ କୁମାର ସେଠି ସମ୍ନାନିତ ଅତିଥି ଓ ସମାଜ ସେବି ଲୁଲୁ ପ୍ରଧାନ ଓ ସୂର୍ଯ୍ୟ ପରିଡା ଯୋଗଦାନ କରି ଦିବ୍ଯାଙ୍ଗ ମାନଙ୍କୁ ଉତ୍ସାହିତ କରିଥିଲେ। 
ଏତଦ୍ ବ୍ୟତୀତ ତିନୋଟି ପର୍ଯ୍ୟାୟରେ ମୋଟ 118 ଜଣଙ୍କୁ ଏପରି ଉପକରଣ ବଣ୍ଟନ କରାଯିବ ବୋଲି ନିର୍ଦେଶକ ସୂଚନା ପ୍ରଦାନ କରିଥିଲେ। ଏହି  କାର୍ଯ୍ୟକ୍ରମକୁ  ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧିକାରୀ ସୀତାଂଶୁ ଭୂଷଣ ଦାସ ପରିଚାଳନା କରିଥିଲା ବେଳେ ଗୋଷ୍ଟି ସଂଗଠକ ସଞ୍ଜୟ ପ୍ରଧାନ, କାଂହୁ  ଚରଣ ସେଠି ଓ ଗୋଲକ ବିହାରୀ ଗାଣ ସହଯୋଗ କରିଥିଲେ

Leave A Reply

Your email address will not be published.