ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୋଟିଏ ସମୟରେ ଗଜପତି ଜିଲ୍ଲାରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଏବଂ ଶିଶୁ ନିର୍ଯ୍ୟାତନାର ପେଣ୍ଠସ୍ଥଳୀ ଥିଲା କିନ୍ତୁ ଏହି ସବୁକୁ ଦୂର କରିବା ପାଇଁ , ସୁଦୂରପ୍ରସାରି ତଥା ସମୟୋଚିତ ପଦକ୍ଷେପ ମାଧ୍ୟମରେ ଶିଶୁ ସୁରକ୍ଷା କରି ସମସ୍ତଙ୍କ ପାଇଁ ଗଜପତି ଜିଲ୍ଲା ସାଜିଛି ପ୍ରେରଣାର ଉତ୍ସ।
ପୁଣି ଥରେ ସାରା ଦେଶରେ ଚମିକିଛି ଗଜପତି ଜିଲ୍ଲା। ଶିଶୁ ମାନେ କିପରି ନିଶା ସେବନ ଏବଂ ବ୍ୟବସାୟରୁ ଦୂରେଇ ରହିବେ ଏବଂ ଜିଲ୍ଲାରୁ ଶିଶୁ ଚାଲାଣା ଦୂର ହେବ ସେଥି ପାଇଁ କାର୍ଯ୍ୟ କରି ଦେଶର ଶ୍ରେଷ୍ଠ ୨୦ ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି ଗଜପତି।
ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ Narcotic Control Bureu ଦ୍ଵାରା ମିଳିତ ଭାବେ ଆୟୋଜିତ ସମାରୋହରେ ଜିଲ୍ଲା ପାଇଁ ଏ ସମ୍ମାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା।
ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ଏକଦା ଶିଶୁ ଚାଳଣକାରୀଙ୍କ ଭୂସ୍ଵର୍ଗ ପାଲଟିଥିଲା । ଏଠାକାର କୋମଳମତି ଶିଶୁ ମାନଙ୍କୁ ଗୋଆ , ମୁମ୍ବାଇ କୋଏମ୍ବାଟୁର , ଚେନ୍ନାଇ , ସୁରାଟ ଆଦି ସ୍ଥାନକୁ ବେଆଇନ କାର୍ଯ୍ୟକଳାପ ପାଇଁ ପ୍ରେରଣ କରାଯାଉଥିଲା କିନ୍ତୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଠନ କରାଯିବା ପରେ ଆଜି ସୁଧା ରାଜ୍ୟ ବାହାରରୁ ୨୧୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଥଇଥାନ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରଯାଇଛି।
ଏହାକୁ ଜିଲ୍ଲାରେ ସଂପୂର୍ଣ୍ଣ ଭାବରେ ରୋକିବା ପାଇଁ ୧୮ଟି ସମ୍ବେଦନଶୀଳ ଗ୍ରାମପଞ୍ଚାୟତକୁ ଚିହ୍ନଟ କରାଯାଇ ସେଠାରେ ସର୍ଭେ ମାଧ୍ୟମରେ ବିଭିନ୍ନ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରାଗଲା। ସ୍ଥାନୀୟ ଜନସାଧରଣଙ୍କ ଦ୍ଵାରା ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମକୁ ଆହୁରି ମଜବୁତ କରାଗଲା।
ଏହାର ଫଳସ୍ଵରୂପ ବର୍ତ୍ତମାନ ସୁଦ୍ଧା ଶିଶୁ ଚାଲାଣ କାରୀଙ୍କ ବିରୁଦ୍ଧରେ ୧୯ ଗୋଟି ମକଦମା ଋଜୁକରି ୩୫ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ପ୍ରତି ଶିକ୍ଷା ବର୍ଷ ପୂର୍ବରୁ ଏହି ଅଞ୍ଚଳ ମାନଙ୍କରେ Dropout ପିଲାଙ୍କୁ ଚିହ୍ନଟ କରି ସ୍କୁଲରେ ନାମ ଲେଖାଇବା ସହ ITI ଏବଂ ଡିପ୍ଲୋମାରେ ପିଲାମାନଙ୍କର ନାମ ଲେଖାଯାଉଛି ।
ଜିଲ୍ଲାରେ ଶିଶୁ ମାନଙ୍କୁ ନିଶା ସେବନ ଏବଂ ବ୍ୟବସାୟରୁ ଦୂରେଇବା ପାଇଁ ବିଭିନ୍ନ ଜନସଚେତନତା କାର୍ଯ୍ୟ ହାତକୁ ନିଆଯାଇଛି। ଅବକାରୀ ବିଭାଗ , ପୋଲିସ ବିଭାଗ , Drugs Control ବିଭାଗର ମିଳିତ ଅନୁକୂଲ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାପାଳ ଏହି ବିଭାଗ ଗୁଡିକୁ ନିୟମିତ review କରୁଛନ୍ତି।
ଶିଶୁ ସୁରକ୍ଷା ପାଇଁ ବଦ୍ଧପରିକର ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସାରାଜିଲ୍ଲାକୁ ଶିଶୁ ନିର୍ଯ୍ୟାତନାରୁ ମୁକ୍ତ କରିବା ସହ ଶିଶୁଙ୍କ ପାଇଁ ଏକ ଚାପ ମୁକ୍ତ ସୁନେଲି ଭବିଷ୍ୟତ ଗଠନ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ।
Sign in
Sign in
Recover your password.
A password will be e-mailed to you.