ମାହାଙ୍ଗା ବ୍ଲକ 40 ନମ୍ବର ଜୋନ :ବିଜେଡି ପ୍ରାର୍ଥୀନୀ ସୁସ୍ମିତା 3699 ଭୋଟରେ ବିଜୟୀ ।

0

ମାହାଙ୍ଗା / ଦେବେନ୍ଦ୍ର ସଢଙ୍ଗୀ: ମାହାଙ୍ଗା ବ୍ଲକ 40 ନମ୍ବର ଜିଲାପରିଷଦ ଜୋନ ଅନ୍ତର୍ଗତ 10 ଟି ପଞ୍ଚାୟତ ପାଇଁ 27 ତାରିଖ ସକାଳ ୮ ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି ସମାପ୍ତ ହୋଇଛି । ଶାସକ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ ଶାସନ ଓ ମାହାଙ୍ଗା ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲୋକପ୍ରିୟତା ପାଇଁ ଲୋକମାନଙ୍କ ଦୃଢ ସମର୍ଥନରେ 40 ନଂ ବିଜେଡି ଜିଲ୍ଲା ପରିଷଦ ସଭ୍ୟା ସୁସ୍ମିତା ଦାସ 3699 ଖଣ୍ଡ ଭୋଟରେ ବିରୋଧୀ ବିଜେପି ଓ କଂଗ୍ରେସ କୁ ହରାଇ ଗାଦି ହାସଲ କରିଥିଲେ ବୋଲି ଜଣାଯାଇଛି । ବିଜେଡିରୁ 40 ନମ୍ବର ଆସନ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଥିବା ସୁସ୍ମିତା ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଙ୍କ ଠାରୁ ଶେଷ ରାଉଣ୍ଡ ସୁଦ୍ଧା 3699 ଖଣ୍ଡ ଭୋଟ ବ୍ୟବଧାନରେ ଆଗରେ ରହିଥିବା ବେଳେ,ବିଜେପି ପ୍ରାର୍ଥୀ ଯାଜ୍ଞସେନି ଜେନା ଦ୍ୱିତୀୟ ସ୍ଥାନରେ ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ପ୍ରତିଭା ପରିଡା ତୃତୀୟ ସ୍ଥାନରେ ରହିଥିବାର ଜଣାଯାଇଛି । ଅର୍ଥାତ ବିଜେଡି ପ୍ରାର୍ଥୀ 16060 ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ 12361 ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ 1399 ଖଣ୍ଡ ଭୋଟ ହାତେଇଥିଲେ । ଫଳରେ ବିଜେଡି ପ୍ରାର୍ଥୀ 3699 ଖଣ୍ଡ ଭୋଟରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଙ୍କୁ ପରାସ୍ତ କରିଥିଲେ । ଏହି ଫଳାଫଳରୁ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି ଲୋକମାନଙ୍କ ଦୃଢ ଭଲପାଇବା ରହିଛି ବୋଲି ପ୍ରକାଶ ହେଉଛି । ସେହିପରି ଭାବେ ମାହାଙ୍ଗା ଜେ. ଏନ କଲେଜ ରେ ଆଜି ଅର୍ଥାତ 28 ତାରିଖ ଦିନ 41 ଓ 42 ନଂ ଜୋନ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.