କଲ୍ୟାଣସିଂହପୁର :ପ୍ରଦୀପ ଦଲାଇ/ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ରାୟଗଡ଼ା ସହଯୋଗରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଵୁଡ଼ାଗୁଡ଼ା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ଭାରତରେ ପୋଲିଓ ମୁକ୍ତ କରିବା ଉଦ୍ଧେଶ୍ୟରେ ଶିଶୁର ସୁରକ୍ଷା ପାଇଁ ଶିଶୁ ପୋଲିଓ ଦୁଇ ବୁନ୍ଦା କ୍ରମାଗତ ଭାବେ ଦିଆ ଯାଉଛି। ଆଜିର ପୋଲିଓ ବୁନ୍ଦା କାର୍ଯ୍ୟକ୍ରମରେ ସମୁଦାୟ ୭୭ ଜଣ ଶିଶୁକୁ ପୋଲିଓ ବୁନ୍ଦା ଦିଆଯାଇ ଥିବା ସୂଚନା ମିଳିଛି। ଉକ୍ତ ସମୟରେ ଆଶା କର୍ମୀ ଏନ୍, କ୍ରିଷ୍ଣାବେଣୀ, ଏ ଏନ୍ ଏମ୍ ରଶ୍ମିତା ଖିଲାର ଓ ସି ଏଚ୍ ଓ ମୀନା କୁମାରୀ ସାମଲ କେନ୍ଦ୍ରରେ ଉପସ୍ଥିତ ରହି ଶିଶୁଙ୍କୁ ପୋଲିଓ ବୁନ୍ଦା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.