କେନ୍ଦୁଝର /ସିଦ୍ଧେଶ୍ୱର ସାହୁ : ବାଜିଲାଣି ପୌର ନିର୍ବାଚନ ବିଗୁଲ ହେଲେ କେନ୍ଦୁଝରଗଡ ମୁନିସିପାଲିଟିରେ ହୋଇ ଥିବା କୋଟି କୋଟି ଟଙ୍କାର ସାଇନ ବୋର୍ଡ, ଲାଇଟ, ସ୍ୱାଗତ ତୋରଣ ସହ ବିଜ୍ଞାପନ ଲାଗି କୋଟି କୋଟି ବରବାଦ ତଥା ଲୁଟି ଦୁର୍ନୀତି ଛପି ଯିବାକୁ ବସିଛି । ସୂଚନା ଅଧିକାର ବଳରେ ସାମ୍ବାଦିକ ଦିଲୀପ ସାହୁ ଆଣିଥିବା ତଥ୍ୟରୁ ଜଣା ଗଲା ବିଗତ ଦିନରେ କେନ୍ଦୁଝର ନଗରପାଳିକାରେ ରାସ୍ତା କଡେ ସାହି ବସ୍ତି କଲୋନୀ ଲାଗି ଚିହ୍ନଟ ବୋର୍ଡ ଗୋଟାକୁ ୪୨/୪୭ ହଜାର ଟଙ୍କା ବିଲ କରା ଯାଇଛି । ୧୬ କିଲୋ ୫୦୦ ଗ୍ରାମ ଷ୍ଟିଲ ବୋର୍ଡ ଗୋଟାକୁ ୩ ରୁ ୪ ହଜାର ଟଙ୍କା ହେବା କଥା କେତେକ ବୋର୍ଡ ପ୍ଲାଷ୍ଟିକ ହୋଇ ଥିବାରୁ ଫାଟି ଗଲାଣି । ସେହିପରି ବଜାରରେ ଗୋଟେ ବିଦ୍ୟୁତ ଖୁଣ୍ଟକୁ ସଜେଇବାକୁ ମାତ୍ର ୧୨ହଜାର ଟଙ୍କା ବିଲ ହୋଇଛି । ସହରକୁ ସ୍ୱାଗତ ତୋରଣ ଦୁଇଟାକୁ ୨୭ ଲକ୍ଷ ପୁଣି ବିଜ୍ଞାପନ ଲାଗି ୫ବର୍ଷରେ ୨୩ଲକ୍ଷ ଟଙ୍କା ଦିଆଯାଇଛି ବୋଲି ସୂଚନା ମିଳିଛି । ଏହି ସୂଚନା ଆଧାରରେ ଶ୍ରୀ ସାହୁ ଅଭିଯୋଗ କରିବା ପରେ ନଗରପାଳିକା କଥାକୁ ଚପେଇ ଦେବାକୁ ତାଙ୍କ ବାସଗୃହ ଡିହ ମାପ କରା ଯାଇଥିଲା ହେଲେ କିଛି ମିଳି ନଥିଲା ଓଲଟା ମୁନିସିପାଲିଟି ତାଙ୍କ ଜମିରେ ବିନାନୁମତିରେ ରାସ୍ତା କରି ଥିବା ଜଣାଗଲା । ଏହାର ତଦନ୍ତ ଚାଲିଛି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଦିଆ ଯିବାରୁ । କେନ୍ଦୁଝର କଲେକ୍ଟର ଯିଏ କେନ୍ଦୁଝରଗଡ଼ ନଗରପାଳିକାର ମୁଖ୍ୟ ପ୍ରଶାସକ ସେ ସବୁ ଜାଣି କିଛି କରି ନାହାଁନ୍ତି । ପରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣେଇ ଥିଲେ ବି ସେ ନୀରବ ଓଲଟି ସୂଚନା ଅଧିକାର ତଥ୍ୟ ଦେଇ ନାହାଁନ୍ତି । ତେଣୁ ଏବେ ଦିଲ୍ଲୀପ ସାହୁ ଜିଲ୍ଲାପାଳ ଯେ ହେତୁ ଅନେକ ଦିନ ହେଲାଣି ଦୁର୍ନୀତିକୁ ଘଣ୍ଟ ଘୋଡେଇଛନ୍ତି ତେଣୁ ତାଙ୍କୁ ଜିଲ୍ଲାରେ ମୁଖ୍ୟ ରିଟର୍ଣ୍ଣିଂ ଅଫିସର ପଦରୁ ହଟେଇ ଫେରାଇ ନେବାକୁ ରାଜ୍ୟ ନିର୍ବାଚନ କମିଶନ ଓ ମୁଖ୍ୟମନ୍ତ୍ରୀଙ୍କୁ ଦରଖାସ୍ତ ଦେବେ କହିଛନ୍ତି । ଜନ ସଚେତନତା ଲାଗି ଦୁର୍ନୀତିଖୋରଙ୍କୁ ହଟେଇବାକୁ ସେ ଘୋଷଣା କରିଛନ୍ତି । ତେଣୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଅପସାରଣ କରି ନେବାକୁ ବିଭିନ୍ନ ଆଡୁ ଦାବି ଉଠିଲାଣି ।
Sign in
Sign in
Recover your password.
A password will be e-mailed to you.
Next Post