କେନ୍ଦୁଝର/ସିଦ୍ଧେଶ୍ୱର ସାହୁ: କେନ୍ଦୁଝର ସଦର ମହକୁମାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତୁରନ୍ତ ତାଙ୍କ ଧାନ ନେବାକୁ ଏକ ଦରଖାସ୍ତ ମାଧ୍ୟମରେ ନିବେଦନ କରିଛନ୍ତି । ସେମାନେ କହିଛନ୍ତି କି ସେମାନେ ଗତ ଅଗଷ୍ଟ ୨୦୨୧ରୁ ପଞ୍ଜିକୃତ ହୋଇଥିବାରୁ ଟୋକାନ ପାଇଛନ୍ତି । ଫୋନ ମାଧ୍ୟମରେ ଲ୍ୟାମ୍ପ ତରଫରୁ ଧାନ କ୍ରୟ ଲାଗି ସେମାନଙ୍କୁ ବାର୍ତ୍ତା ଦିଆ ଯାଇ ଥିଲା । ତଥାପି ଏଯାଏ ଧାନ ଗ୍ରହଣ କରାଯାଇ ନଥିବାରୁ ଏହି ଚାଷିକୂଳ ଏବେ ହତାଶ ଘୋର ମାନସ୍ତାପ ଭିତରେ ଗତି କରୁଛନ୍ତି ।ତେଣୁ କାଲି ସେମାନେ ଏକାଠି ହୋଇ କେନ୍ଦୁଝର ସହର ଉପକଣ୍ଠ ନରଣପୁରରେ ରାସ୍ତାରୋକ କରି ଥିଲେ ଆଜି କେନ୍ଦୁଝର କଲେକ୍ଟରଙ୍କୁ ଭେଟି ଥିଲେ । ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସେମାନେ କହିଛନ୍ତି । ଚାଷୀନେତା ପୂର୍ଣ୍ଣଚନ୍ଦ୍ର ସାହୁ,ସଚ୍ଚିଦାନନ୍ଦ ରାଉତ,ରାମଚନ୍ଦ୍ର ମହାନ୍ତ, ଚନ୍ଦ୍ରମୋହନ ମହାନ୍ତ, ପ୍ରଦୀପ ସାହୁ ଆଦି ନେତୃତ୍ୱ ନେଇଥିଲେ । ଚାଷୀଙ୍କ ଦୁଃଖ ଦୂର ହେଉ ତାଙ୍କ ଧାନ ସରକାର କିଣି ନିଅନ୍ତୁ ବିଚରା ଦୁଇପାଇସା ପାଇ ଉପକୃତ ହେବେ ସମସ୍ତେ ଆଶା କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.