ଭୁବନେଶ୍ୱର (ଶାସକ ପ୍ରଶାସକ ) ଆଜି ଶାସ୍ତ୍ରୀ ନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାର ର ମିଳିତ ଆନୁକୁଲ୍ୟରେ, ଶାସ୍ତ୍ରୀ ନଗର କଲ୍ଚରାଲ ଆସୋସିଏସନ୍ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିର ଟି ମୁଖ୍ୟତଃ ଶାସ୍ତ୍ରୀ ନଗର ଅଞ୍ଚଳରେ କୋରୋନାରେ ପ୍ରାଣତ୍ୟାଗ କରିଥିବା ବାସିନ୍ଦା ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ ଜନିତ ରୋଗରେ ମୃତ୍ୟବରଣ କରି ସମାଜ ସେବା ନିମନ୍ତେ ନିଜର ଚକ୍ଷୁଦାନ କରିଥିବା ଦୁଇ ମହିଳା ଭାଗ୍ୟଲକ୍ଷ୍ମୀ ଓ ଶୁଭଲକ୍ଷ୍ମି ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ହୋଇଥିଲା। ଆଞ୍ଚଳିକ ପୂର୍ବତନ କର୍ପୋରେଟର ଶ୍ରୀ ନରେନ ସାହୁ ଙ୍କ ନେତୃତ୍ୱରେ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରରେ ବିଭିନ୍ନ ଆଞ୍ଚଳିକ ସଂଘ ଯଥା ଶାସ୍ତ୍ରୀ ନଗର ବ୍ୟବସାୟୀ ସଂଘ, ଶାସ୍ତ୍ରୀ ନଗର ଉନ୍ନୟନ ପରିଷଦ, ଶାସ୍ତ୍ରୀ ନଗର ମହିଳା ସମିତି ଓ ଶାସ୍ତ୍ରୀ ନଗର ବରିଷ୍ଠ ନାଗରିକ ସଂଘ ଆଦିର ସଭ୍ୟ ମାନେ ଯୋଗ ଦେଇ ରକ୍ତ ଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ସମୀର ପ୍ରଧାନ, ଶ୍ରୀ ଉମାନାଥ ମିଶ୍ର, ଶ୍ରୀ ଗିରିଜା ନନ୍ଦ ମହାନ୍ତି, ଶ୍ରୀ ଅଭିରାମ ଜେନା, ରଜନୀ ରାଣୀ ରାଜହଂସ ଓ ପିସି ପାଠୀ ଓ ହରେନ୍ ସାହୁ ଆଦି ଉପସ୍ଥିତ ଥିବା ବେଳେ, ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ରନାରାୟଣ ସାମନ୍ତରାୟ ଏହି ଶିବିରର ସଞ୍ଚାଳନ କରିଥିଲେ।
Sign in
Sign in
Recover your password.
A password will be e-mailed to you.