ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : “ସିଦ୍ଧାନ୍ତ” ସାହିତ୍ୟ ଅନୁଷ୍ଠାନ ଓ “ଆକାଂକ୍ଷା” ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ “ବିଶ୍ବ ମାତୃଭାଷା ଦିବସ” ଉପଲକ୍ଷେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରି ଓଡ଼ିଆ ଭାଷାର ଶୁଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରି ସାହିତ୍ୟ ଲୋକତୁଣ୍ଡର ଭାଷା ହେବା ଉଚିତ ବୋଲି କହିଥିଲେ।
ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଓ ଡ.କଲ୍ୟାଣୀ ମିଶ୍ର ଅତିଥି ଭାବେ
ଯୋଗଦେଇ ଓଡ଼ିଆ ଭାଷାର ସାଂପ୍ରତିକ ସ୍ଥିତି ଉପରେ ଆଲୋକପାତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଆଶାଲତା ପାଣିଗ୍ରାହୀ , ଭାଗବତ ପାଢ଼ୀ , ଜଗଦୀଶ ଚନ୍ଦ୍ର ମହାପାତ୍ର , ସ୍ବର୍ଣ୍ଣପ୍ରଭା ପାଠୀ , ମିନା କୁମାରୀ ଟହଲ , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଆଲୋଚନାରେ ଅଂଶ ଗ୍ରହଣ କରି ସମସ୍ତ ବକ୍ତା ସରକାରୀ ସ୍ତରରେ ଓଡ଼ିଆ ଭାଷା ବ୍ୟବହାର ହେଉନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ସମସ୍ତ ଓଡ଼ିଆ ସେମାନଙ୍କର ସମସ୍ତ ନିମନ୍ତ୍ରଣ ପତ୍ର ଓଡ଼ିଆରେ ଲେଖିବା ଓ ଓଡ଼ିଆରେ କଥାଭାଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ମୁରଲୀଧର ପରିଛା ଓ ଶରତ ଚନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ।
Sign in
Sign in
Recover your password.
A password will be e-mailed to you.
Next Post