ବିଂଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ମାହାଙ୍ଗା ପ୍ରେସ କ୍ଲବ ପକ୍ଷରୁ ତୀବ୍ର ନିନ୍ଦା

0

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

ମାହାଙ୍ଗା,(ଦେବେନ୍ଦ୍ର ଷଢଙ୍ଗୀ): ଯାଜପୁର ଜିଲ୍ଲା ବିଂଝାରପୁର ତ୍ରିସ୍ତରୀୟ ନିର୍ବାଚନ ଚାଲୁଥିବାବେଳେ ଦୁବୃର୍ତମାନେ ମତଦାନ କେନ୍ଦ୍ରରେ ଗଣ୍ଡଗୋଳ କରି ବାଲାଟ ପେପର ଓ ଭୋଟ ବାକ୍ସକୁ ନିକଟସ୍ଥ ଗଡିଆରେ ଫେପାଡି ଦେଇଥିଲେ । ଏହି ଖବର ପାଇ କାର୍ଯ୍ୟରତ ତିନି ଜଣ ସାମ୍ବାଦିକ ସେଠାରେ ପହଂଚି ଖବର ସଂଗ୍ରହ କରୁଥିବା ବେଳେ ଗଣ୍ଡଗୋଳକାରୀ ଦୁବୃର୍ତମାନେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଆକ୍ରମଣ କରିବା ଘଟଣାକୁ ମାହାଙ୍ଗା ପ୍ରେସ କ୍ଲବ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଏଥିସହ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ କଡା ଆଇନ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ ଦାବୀ ହୋଇଛି । ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ମାହାଙ୍ଗା ପ୍ରେସ କ୍ଳବର ସଭାପତି ଦୀପକ ସାହୁ,କାର୍ଯ୍ୟରତ ସାମ୍ବାଦିକ ଲକ୍ଷ୍ମୀଧର ଖୁଂଟିଆ,ସଂଗଠନ ସଂପାଦକ ତାପସ ବିଶ୍ୱାଳ,ଉପସଭାପତି ଅଶୋକ ଦାଶ,ଅମୀୟ ନାୟକ,କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ,ଅର୍ଜୁନ ସାହୁ,ପିକେ ବାରିକ,ପ୍ରକାଶ ନାୟକ,ଚିତରଂଜନ ନାୟକ,ସୁବ୍ରତ ମହାନ୍ତି,ପ୍ରେମାନନ୍ଦ ପରିଡା,ଅନିରୁଦ୍ଧ ପାଣି ,ଦୟାନିଧି ସାହୁ,ରାମକୃଷ୍ଣ ସାହୁ ,ସସ୍ମିତା ସାହୁ,ସତ୍ୟବ୍ରତ ବାରିକ,ଅରବିନ୍ଦ ମହାନ୍ତି,ସଂଯୁକ୍ତା ସାହୁ ,ରଶ୍ମିରଂଜନ ଦାସ,ଦିବ୍ୟରଂଜନ ଦାସ ,ଜୟନ୍ତ ବିଶ୍ୱାଳ,ରମେଶ ଦାସ,ଦେବେନ୍ଦ୍ର ଷଢଙ୍ଗୀ,ଶୈଳେନ୍ଦ୍ର ସାହୁ ,ନାରାୟଣ ଭୂୟାଁ,ହିତେଶ ରାଉତ ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.