ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ “ବିଶ୍ବ ମାତୃଭାଷା ଦିବସ” ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତାକ୍ଷର , ବତ୍କୃତା , ପ୍ରବନ୍ଧ , ଅନ୍ତାକ୍ଷରୀ , ଆଶୁ କବିତା ଲିଖନ , ପୁସ୍ତକ ପଠନ ଓ ପ୍ରଶ୍ନ ମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାତୃଭାଷା ଶିକ୍ଷଣ କରୁଥିବା ଆଚାର୍ଯ୍ୟ ଆଚାର୍ଯ୍ୟା ଶ୍ରୀ ଗୋପାଳ କୃଷ୍ଣ ପଣ୍ଡିତ, ଶ୍ରୀ ସୁନିଲ କୁମାର ପରିଡ଼ା , ଶ୍ରୀମତୀ ମମତା ମହାପାତ୍ର , ଶ୍ରୀମତୀ ସୁନିତା ସାହୁ , ଶ୍ରୀମତୀ ଶୈଳେଷ୍ଠା ଖଡଗରାୟ ଓ ଅନ୍ୟ ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post