ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବୈଠକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ରାଧାକାନ୍ତ ମଠର ମହନ୍ତ ଶ୍ରୀଯୁକ୍ତ ଯଶୋଦା ନନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ମଞ୍ଚାସୀନ କରିଥିଲେ।
ସମ୍ପାଦକ ଶ୍ରୀ ହରିମୋହନ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମଞ୍ଚ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯଥା ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଚ୍ଚତା ବୃଦ୍ଧି , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ଗୋଟି ଶଯ୍ୟା ଓ ଆଇ ସି ୟୁ ୱାର୍ଡ ସଂରକ୍ଷଣ , ବସ ଭଡାରେ ରିହାତି ପ୍ରଦାନ ଓ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଅବ୍ୟବହୃତ ହୋଇ ପଡି ରହିଥିବା ଏକ ପ୍ରାଥମିକ ବିଦ୍ୟାଳୟ ଗୃହକୁ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟାଳୟ ନିମନ୍ତେ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ବୋଲି ବୈଠକରେ କହିଥିଲେ। ସଭାପତିଙ୍କ ପ୍ରସ୍ତାବ କ୍ରମେ ଏକ କଲ୍ୟାଣ ପାଣ୍ଠି ଗଠନ କରିବା ପାଇଁ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଦିବଂଗତ ସଦସ୍ୟ ମାନଙ୍କ ଆତ୍ମାର ସଦଗତ ନିମନ୍ତେ ସମସ୍ତ ସଭ୍ୟ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଉପସଭାପତି ଶ୍ରୀ ରାମଚନ୍ଦ୍ର ପାଢୀ , ସମ୍ପାଦକ ଶ୍ରୀ ହରିମୋହନ ପଟ୍ଟନାୟକ , କୋଷାଧ୍ୟକ୍ଷ ଶ୍ରୀ ରଘୁନାଥ ମହାରଣା ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ।

Leave A Reply

Your email address will not be published.