ଭୁବନେଶ୍ୱର: ରକ୍ତଦାନ ଓ ଗ୍ରହଣର ସ୍ରୋତ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଓଡ଼ିଶା ମୋ ପରିବାରର ଆନୁକୁଲ୍ୟରେ, ଜୟ ଓଡ଼ିଶା ଏକ ରକ୍ତଦାନ ଶିବିରର ଆୟୋଜନ କରିଛି। ଏହା ସହିଦ ନଗର ଦୁର୍ଗା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ସତ୍ୟନଗର ମଶାଣି ର କର୍ମଚାରୀ ମାନେ ଉଦଘାଟିତ କରିବା ସହ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ ଶିବିରର ଏକ ମୁଖ୍ୟ ଅଂଶ ଭାବେ ବିବେଚିତ ହୋଇଥିଲେ। ଦୀର୍ଘ ୨ବର୍ଷ ଧରି ଅହୋରାତ୍ର କାର୍ଯ୍ୟରତ ରହି ରାଜ୍ୟବାସୀଙ୍କୁ ନିରନ୍ତର ସେବା ଯୋଗାଉଥିବା ଏହି କର୍ମଚାରୀ ମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା। କୋଭିଡ ର ସମସ୍ତ ନିୟମାବଳୀକୁ ଦୃଷ୍ଟିରେ ରଖି ଶିବିର ଟି ସମ୍ପୂର୍ଣ ଭାବେ ଏକ ଭ୍ରାମ୍ୟମାଣ ଯାନ ମଧ୍ୟରେ ସଂଚାଳିତ ହୋଇଥିଲା ଏବଂ ମୋଟ ୮୪ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା
ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ ଯୋଗ ଦେଇଥିବା ବେଳେ, ଅନ୍ୟାନ୍ୟ ଅତିଥି ଭାବେ ଶ୍ରୀ ଉମାନାଥ ମିଶ୍ର, ଶ୍ରୀ ନରେନ୍ ସାହୁ, ଶ୍ରୀ ପ୍ରକାଶ ତ୍ରିପାଠୀ ଓ ଶ୍ରୀ ବିଭୁଦତ୍ତ ଦାସ ଯୋଗ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଓଡ଼ିଶା ମୋ ପରିବାର ର ଆନୁକୁଲ୍ୟରେ ଏହି ଶିବିର ଟି ଆୟୋଜିତ ହୋଇଛି। ନିରବଚ୍ଛିନ୍ନ ଭାବେ ରକ୍ତ ଯୋଗାଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ହିଁ ଏହାର ମୁଖ୍ୟ ଲକ୍ଷ୍ୟ ଅଟେ। ଆଗାମୀଦିନରେ ମଧ୍ୟ ଏଭଳି ରକ୍ତଦାନ ଶିବିର ର ଆୟୋଜନ କରାଯିବ ତଥା ଅନ୍ୟାନ୍ୟ ସାମାଜିକ ସଂଗଠନ,ଶିକ୍ଷାନୁଷ୍ଠାନ, କମ୍ୟୁନିଟି ଓ ଆସୋସିଏସନ୍ ଆଦିଙ୍କୁ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଏହିଭଳି ରକ୍ତଦାନ ଶିବିର ବ୍ୟବସ୍ଥା କରିବା ପାଇଁ ଜୟ ଓଡ଼ିଶା ର ସଭାପତି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ଅନୁରୋଧ କରିଥିଲେ ।
Sign in
Sign in
Recover your password.
A password will be e-mailed to you.