ତିର୍ତ୍ତୋଲ ଜୋନ୍ ରେ ତିର୍ତ୍ତୋଲ ବିଧାୟକଙ୍କ ମାରାଥନ ପ୍ରଚାର

0

ଜଗତସିଂହପୁର / ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ୩ ନମ୍ବର ଜୋନ୍ ରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଯୋଗଦେଇ ସଂଅରା, ଗୋପାଳପୁର, ବିରିତୋଳ,ମୂଳିସିଂ, କନକପୁର, କୋଷ୍ଠି, ପଟିଲୋ, ଗୋବିନ୍ଦପୁର ଆଦି ପଞ୍ଚାୟତରେ ରାଲି ଓ ପଥପ୍ରାନ୍ତ ସଭା ମାଧ୍ୟମରେ ନବିନ ସରକାରଙ୍କ ଲୋକାଭିମୁଖ ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ୩ ନମ୍ବର ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀ ସୁନିଲ ବେହେରାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ ଆହ୍ବାନ ଦେଇଥିଲେ । ସଂଅରା ସରପ ପ୍ରାର୍ଥୀ ନିହାର ରଞ୍ଜନ ମହାନ୍ତ, ସମିତିସଭ୍ୟ ପ୍ରାର୍ଥୀ ଲକ୍ଷ୍ମୀ ପ୍ରିୟା ୱାଇଁ, ଗୋପାଳପୁର ସରପ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସ୍ବାଇଁ, ସମିତସଭ୍ୟ ପ୍ରାର୍ଥୀ ବିଷ୍ଣୁ ପ୍ରିୟା ପ୍ରଧାନ, ବଡୋଳ ପଞ୍ଚାୟତର ସରପ ପ୍ରାର୍ଥୀ ରମାମଣୀ ଦାସ, ସମତିସଭ୍ୟ ପ୍ରାର୍ଥୀ ଜଗବସ୍ତ୍ର ଖାନ, ମୁଳିସିଂ ପଞ୍ଚାୟତର ସରପ ଶ୍ରୀକାନ୍ତ ବେହେରା, ସମିତସଭ୍ୟ ପ୍ରାର୍ଥୀ ତ୍ରିଲୋଚନ ବେହେରା, କନକପୁର ସରପ ପ୍ରାର୍ଥୀ ସୁମିତା ଦାସଙ୍କ ସମେତ ଅନ୍ୟ ପଞ୍ଚାୟତରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଥିଲେ ।

Leave A Reply

Your email address will not be published.