ରବି ନାରାୟଣ ସାହୁ/ ଖୋର୍ଦ୍ଧା-ତାମିଲନାଡୁର ତଂଜାବୁର ସେକ୍ରେଟ ହାର୍ଟ ସ୍କୁଲର ୧୭ ବର୍ଷୀୟ ଛାତ୍ରୀ ଲାବନ୍ୟାଙ୍କୁ ସ୍କୁଲ କର୍ମଚାରୀ ରାକଲିନ ମେରି ଓ ସାଗାୟା ମେରିଙ୍କ ଦ୍ବାରା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାରମ୍ବାର ନିର୍ଯାତନା ଦେବା ହେତୁ ସେ ଆତ୍ମହତ୍ୟା କରିଥିଲେ। ଏହାକୁ ବିରୋଧ କରିବା ସହ ଲାବନ୍ୟାକୁ ନ୍ୟାୟ ଦାବି ପାଇଁ ଏବିଭିପିର ରାଷ୍ଟ୍ରୀୟ ସମ୍ପାଦିକା ସୁଶ୍ରୀ ନିଧୀ ତ୍ରିପାଠୀ ଓ ୩୫ କାର୍ଯ୍ୟକର୍ତ୍ତା ତାମିଲନାଡୁରେ ଶାନ୍ତିପୂର୍ଣ୍ଣ ବସିଥିଲେ। ଏପରିସ୍ଥଳେ ତାମିଲନାଡୁର ଡିଏମକେ ସରକାର ପୋଲିସ ଲଗାଇ ବଳପୂର୍ବକ ଭାବେ ଗିରଫ କରିଛି। ଏହି ପରିପ୍ରେକ୍ଷୀରେ ଲାବନ୍ୟାକୁ ନ୍ୟାୟ ମିଳିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ସହିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଜେଲରୁ ଛାଡିବା ଦାବିରେ ଶୁକ୍ରବାର ଏବିଭିପି ପକ୍ଷରୁ ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଶିକ୍ଷାନୁଷ୍ଠାନଗୁଡିକରେ ଧର୍ମାନ୍ତରୀକରଣ ବନ୍ଦ କରିବା ପାଇଁ ଦାବି କରାଯାଇଛି। ସେହିପରି ଏହାର ସମାଧାନ କରା ନ ଗଲେ ଆଗାମୀ ଦିନରେ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି। ବିକ୍ଷୋଭରେ ଏବିଭିପିର ନଗର ସହ ସମ୍ପାଦକ ତରୁଣ ସାହୁ , ରାଜ୍ୟ ସହ ସମ୍ପାଦିକା ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ, ଜିଲ୍ଲା ଏସ.ଏଫ୍.ଏସ ପ୍ରମୁଖ ହର୍ଷିତା ମହାନ୍ତ, ରାକେଶ ରୋସନ ରାଜ, ରାକେଶ କୁମାର ସାହୁ, ସ୍ଵପ୍ନାଶ୍ରୀ ଦାସ, ମଧୁସ୍ମିତା ବେହେରା, ସମୀକ୍ଷା ସିଂ, ପିଣ୍ଟୁ, ରୋହିତ ପରିଡା ନେତୃତ୍ୱ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.