ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ସିଲେଇ (ମହିଳା) ତାଲିମ କାର୍ଯ୍ୟକ୍ରମର ଉଦଯାପନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ଗତ ଏକ ମାସ ଧରି ଚାଲିଥିବା ସିଲେଇ (ମହିଳା) ତାଲିମ କାର୍ଯ୍ୟକ୍ରମ ଉଦଯାପନ ହୋଇଛି।
ସିଲେଇ (ମହିଳା) ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସମସ୍ତ ସାତଟି ବ୍ଲକରୁ ମୋଟ ୨୮ ଜଣ ମହିଳା ତାଲିମ ନେଇଥିଲେ । ସମସ୍ତ ପ୍ରତିଭାଗୀ ମାନଙ୍କ ପାଇଁ ଅନୁଷ୍ଠାନରେ ମାଗଣା ରହିବା, ଖାଇବା ସହିତ ଯାତ୍ରା ଭତ୍ତା ପ୍ରଦାନ କରଯାଇଥିଲା।
ଉଦଯାପନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ଵରେ ଶ୍ରୀମତୀ ପ୍ରିୟମ୍ବଦା ବିଷୋୟୀ , ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ,ଓଡିଶା ଜୀବିକା ମିଶନ-ଗଜପତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଶ୍ରୀ କିଶୋର ଚନ୍ଦ୍ର ନାଇକ (ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ)ଗଜପତି ପାରଳାଖେମୁଣ୍ଡି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ସାର୍ଟିଫିକଟ ପ୍ରଦାନ କରିବା ସଙ୍ଗେସଙ୍ଗେ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ଭବିଷ୍ୟତରେ ଆତ୍ମନିଯୁକ୍ତ ହୋଇ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.