ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍, ଶ୍ରୀ ହେମନ୍ତ କୁମାର ସେଠୀ , ମୁଖ୍ୟ ବିଚାରବିଭାଗୀୟ ଅଧିକାରୀ, ଶ୍ରୀ ମାନସ କୁମାର ପଣ୍ଡା, ବରିଷ୍ଠ ଦେୱାନୀ ଅଧିକାରୀ, ଶ୍ରୀ ଦିପଙ୍କର ପଟ୍ଟନାୟକ, ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , ସିଭିଲ କୋର୍ଟ ରେଜିଷ୍ଟ୍ରର, ଶ୍ରୀ ସତ୍ୟବ୍ରତ ରାଣା, ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଧିକାରୀଣୀ, ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍, ପାରଳାଖେମୁଣ୍ଡି ଯୋଗଦେଇ ମୋଟର ଦୁର୍ଘଟଣା ଜନିତ ଆବେଦନ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।
ଅନ୍ୟପକ୍ଷରେ ମୁଖ୍ୟ ବିଚାରବିଭାଗୀୟ ଅଧିକାରୀ, ଗଜପତି ସଡକ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ ବିଷୟରେ ସଚେତନତା କରାଇଥିଲେ ଏବଂ ବରିଷ୍ଠ ଦେୱାନୀ ଅଧିକାରୀ, ପାରଳାଖେମୁଣ୍ଡି ଯୋଗଦେଇ ମଦ୍ୟପାନ ଓ ମୋବାଇଲ ଧରି ଯାନବାହାନ ନ ଚଳାଇବା , ହେଲମେଟ୍ ପିନ୍ଧି ଗାଡି ଚଳାଇବା ଏବଂ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ପଡିବ ବୋଲି ସଚେତନତା କରାଇଥିଲେ।
ପରିଶେଷରେ ପ୍ରାଧିକରଣର ସଚିବ ଶ୍ରୀ ବେହେରା ମାଗଣା ଆଇନ ସେବା ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ ଏବଂ ଦୁର୍ଘଟଣା ସମୟରେ ପୁଲିସର ଦାୟିତ୍ଵ ଏବଂ କର୍ତ୍ତବ୍ୟ ତଥା ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ନିଜ ମତରେ ବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପୋଲିସ ଅଧିକାରୀ, ଆଇନଜୀବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.