କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) : କେନ୍ଦୁଝର ସହର ପବିତ୍ର ଡିହା ରାସ୍ତା କଡ଼ରେ ଥିବା ଏକ ବୋଲେରୋ ଜିପ୍ କୁ ଦୁର୍ବୃତ ଗତ କାଲି ରାତିରେ ଚୋରି ହୋଇ ହୋଇଥିବା ମାଲିକ ତଥା ଆଇନଜୀବି ସଞ୍ଜୟ ପାଇକରାୟ କହିଛନ୍ତି। ଏ ନେଇ ସେ ଟାଉନ୍ ଥାନା ରେ ସକାଳେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଗାଡ଼ି ନମ୍ୱର୍ ଜେଏଚ ୦୬ସି୫୮୧୯ ବୋଲି ଜଣା ପଡିଛି। ସବୁଦିନ ଭଳି ଗାଡ଼ି ଟି ସେଠାରେ ଡ୍ରାଇଭର ଘର୍ ନିକଟରେ ରଖାଯାଇଥିଲା। ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି। ସେହିପରି ଗତ କାଲି ରାତିରେ ଜିଲା ଜଜ କୋର୍ଟ ନିକଟ ରୁ ଏକ ବୁଲେଟ (ଓଡ଼ି୦୯ ଏଲ ୭୦୨୪) ଚୋରି ହୋଇଛି । ନିକଟରେ ଏସପି, ଜଜ ମାନଙ୍କ କ୍ୱାର୍ଟର, ଏମଆଇ ଅଫିସ ଓ କଲୋନୀ ତଥା ଅନ୍ୟାନ୍ୟ ଅଫିସ ରହିଥିବାରୁ ଆଇନଜୀବି ମାନେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ପୋଲିସ ତୁରନ୍ତ ପଦକ୍ଷେପ ନେବା ସହ ରାତ୍ରି କାଳୀନ ପେଟ୍ରୋଲିଂ କୁ ଜୋରଦାର କରିବାକୁ ଦାବି କରାଯାଇଛି।
Sign in
Sign in
Recover your password.
A password will be e-mailed to you.