ଭୁବନେଶ୍ୱର:- ଯୁବଗୋଷ୍ଠୀର ସାଥି ଏବଂ ଶକ୍ତିର ପ୍ରତୀକ ୰ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ତମ ଜୟନ୍ତୀ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଇନଷ୍ଟିଟ୍ୟୁଟ ଅଫ୍ ଇଞ୍ଜିନିୟର୍ସରେ ଲୁଲୁ ମହାପାତ୍ରଙ୍କ ଏକାନ୍ତ ସହଯୋଗୀ ତଥା ଅନ୍ତରଙ୍ଗ ବନ୍ଧୁ ଏବଂ ବିଶିଷ୍ଟ ସମାଜସେବୀ ଅମୀୟକାନ୍ତ ଦାସ ରାଜ୍ୟସ୍ତରୀୟ ଏହି ମେଗା ରକ୍ତଦାନ ଶିବିରରେ ଅଧ୍ୟକ୍ଷତାରେ ଆୟୋଜିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ମାନନୀୟ ଦେବାଶୀଷ ସାମନ୍ତରାୟ ଆନୁସଙ୍ଗିକ ଭାବେ ଉଦ୍ଘାଟନ କରିଥିଲେ ଏବଂ ଉପାସନା ମହାପାତ୍ର, ଶୁଭ୍ରାଂସୁ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଲୁଲୁ ଭାଇଙ୍କୁ ମନେ ପକାଇ, ଅମୀୟକାନ୍ତ ଦାସ କହିଛନ୍ତି, “ଆଜି ଆମେ ଆମର ଅତି ପ୍ରିୟ ଲୁଲୁଭାଇଙ୍କ ୫୮ତମ ଜନ୍ମଜୟନ୍ତୀ ପାଳନ କରୁଛୁ । ଲୁଲୁ ଭାଇ ଓଡିଶାର ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ବହୁ୍ତ ଆଦରଣୀୟ ଥିଲେ । ସେ ସଦା ସର୍ବଦା ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀ ମାନଙ୍କ ଅଧିକାର ପାଇଁଁ କାର୍ଯ୍ୟ କରୁଥିଲେ । ତାଙ୍କ ଚଲାପଥ ଆଜି ଯୁବପିଢିଙ୍କ ପାଇଁ ଆଦର୍ଶର ମାର୍ଗ ପାଲଟିଛି । ଏହି କାର୍ଯ୍ୟକ୍ରମ ଲୁଲୁଭାଇଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ଯୁବସମାଜ ପାଇଁ ପ୍ରେରଣାର ଜ୍ୟୋତିକୁ ଉଜ୍ଜିବିତ କରିବାର ମୂଳ ଉଦ୍ଦେଶ୍ୟ । ଆଜି ତାଙ୍କ ସ୍ମୃତିରେ ଆମେ ଏହି ରାଜ୍ୟସ୍ତରୀୟ ରକ୍ତଦାନ ଶିବିର ଆୟୋଜନ କରିଛୁ । ମୋ ପାଇଁ ତାଙ୍କ ସ୍ମୃତିକୁ ସର୍ବଦା ସତେଜ ରଖିବା ପାଇଁ ଏହା ସର୍ବୋତମ ଭଲ ଉପାୟ ।”
ତତ୍ ସହିତ ରାଜ୍ୟର କୋଣ ଅନୁକୋଣରେ ଅବସ୍ଥିତ ସମାଜର ପ୍ରତିଭା ସମ୍ପନ୍ନ ସାମ୍ବାଦିକ, ସମାଜସେବୀ ଏବଂ ଶିକ୍ଷାକ୍ଷେତ୍ରରେ ଖ୍ୟାତିଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ ପ୍ରଦାନ କରାଯାଇଥିଲା । ଏହି ରାଜ୍ୟସ୍ତରୀୟ ଶିବିରରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦୦୦ ରୁ ଅଧିକ ସହଯୋଗୀ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ଶିବିରରେ ୧୭୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.