ଝାରବନ୍ଧ-ମନୋହର ଦାଶ:ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ବ୍ୟବସ୍ଥା ର ସମୀକ୍ଷା ସହ ଗତ ଦୁଇଦିନ ଧରି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ସୁଷମା କଅଁର ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତ ର ଲଉଡ଼ିଦରହା,ଚଣ୍ଡୀଭଟା, କୁମିର ପଞ୍ଚାୟତ ର ବିଭିନ୍ନ ଗ୍ରାମ କୁ ଯାଇ ସାଧାରଣ ଜନତାଙ୍କ ସହ ସେହି ଅଞ୍ଚଳର ନିର୍ବାଚନି ଜନିତ ଆଇନ ଶୃଙ୍ଖଳା ସମ୍ପର୍କରେ ପଚାରି ଆଲୋଚନା କରିଥିବା ଏବଂ ଛୋଟ ଛୋଟ ଗଣ୍ଡଗୋଳ ତଥା କିଛି ନିର୍ଦ୍ଧିଷ୍ଟ ଅସାମାଜିକ ତତ୍ତ୍ୱ ଙ୍କ ପ୍ରରୋଚନାରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାଭଳି କାର୍ଯ୍ୟ କୁ ହାତକୁ ନ ନେବା ପାଇଁ ପରାମର୍ଶ ଦେଇଥିଲେ।ଏପରିକି ଯେ କୌଣସି ଗଣ୍ଡଗୋଳ ବିବାଦ ରେ ଆଇନ କୁ ନିଜ ହାତକୁ ନ ନେଇ ପୋଲିସ ର ସହାୟତା ନେବା ପାଇଁ ପରାମର୍ଶ ଦେବା ସହ ଜଗଦଲପୁର ପୋଲିସ ସାଧାରଣ ଜନତାଙ୍କ ସେବାରେ ସଦା ପ୍ରସ୍ତୁତ ବୋଲି କହିଥିବା ଜଣାପଡିଛି।
ଆଇ.ଆଇ.ସି ଙ୍କ ଗସ୍ତ ବେଳେ ଏ.ଏସ.ଆଇ ରଜତ କୁମାର ସାମଲ ,ଏ.ଏସ.ଆଇ ପ୍ରଦୀପ ପାଣି,ଏ.ଏସ.ଆଇ ଜଗବନ୍ଧୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.