ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସୁନାମୁଦି, ଦେଉଳ ଗାଁ, ତମିଆଁ, ଘସିଏନ, ଖୁଣ୍ଟସମଲାଇ, ଗେର୍ଡା, ଫଟାମୁଣ୍ଡା, ଲରମ୍ଭା, ଡାଙ୍ଗବାହାଲ, ଭରତବାହାଲ, ଖୁର୍ସେଲ ମଣ୍ଡଳୀରେ ନିର୍ବାଚନ ପ୍ରଚାର ସେତିକି ଉଷ୍ମତା ବଢ଼ିବାକୁ ଲାଗିଛି । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଜୋନ୍ ନମ୍ବର ୧୪ରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥିନୀ ବିଶ୍ଵେଶ୍ଵରୀ ବରିହା, ଫଟାମୁଣ୍ଡା ପଞ୍ଚାୟତ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ବିଲାସିନୀ ଭୁକ୍ତା ଓ ଫଟାମୁଣ୍ଡା ସମିତି ସଭ୍ୟ ତପି ତାଣ୍ଡିଙ୍କ ପାଇଁ ଆଜି ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଜୋନ୍ ନଂ ୧୪ର ଅଞ୍ଚଳ ମାନଙ୍କରେ ଡୋର ଟୁ ଡୋର ଯାଇ ଭୋଟ ଭିକ୍ଷା କରିବା ସହ ନିର୍ବାଚନୀ ସଭା ଅନୁଷ୍ଠିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଜନ ହିତକର ଯୋଜନାକୁ ପାଥେୟ କରି ଭୋଟ ଭିକ୍ଷା କରିଥିବା ବେଳେ ଗ୍ରାମାଞ୍ଚଳରେ ରାଜ୍ୟ ସରକାରଙ୍କ ଯୋଜନା ପହଞ୍ଚାଇବା ପାଇଁ ଲୋକଙ୍କ ନ୍ୟାୟ ଅଧିକାର ପାଇଁ ଲଢେଇ କରିବା ସହ ସେବା କରିବା ପାଇଁ ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥିନୀଙ୍କ ସହ ଫଟାମୁଣ୍ଡା ପଞ୍ଚାୟତ ବିଜେଡି ସମର୍ଥିତ ସମିତି ସଭ୍ୟପ୍ରାର୍ଥୀ ତପି ତାଣ୍ଡିଙ୍କୁ ବସ୍ ଚିହ୍ନରେ ଓ ସରପଞ୍ଚ ବିଲାସିନୀ ଭୁକ୍ତାଙ୍କୁ ସୂର୍ୟ୍ୟ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜିତାଇବା ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏଥିରେ ଶତାଧିକ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.