ପଦ୍ମପୁର ବିଜେଡିର ସାଙ୍ଗଠନିକ ବୈଠକ,  ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଆମ ଗାଁ  ଆମ ବିକାଶ କାର୍ଯ୍ୟକ୍ରମ

0

05-08-18-bjd.jpg - 43.26 kB

ପଦ୍ମପୁର,(ନୀଳ ଦୀପ)-ବିଜୁ ଜନତା ଦଳ, ପଦ୍ମପୁର କାର୍ଯ୍ୟାଳୟଠାରେ ରବିବାର ଦିନ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେଡି ଦଳର ଏକ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ  ହୋଇଯାଇଛି  । ଉକ୍ତ ବୈଠକରେ ବରଗଡ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା ଅଧ୍ୟକ୍ଷତା କରିଥିବା ବେଳେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଉପସ୍ଥିତ ଦଳୀୟ ପଦାଧିକାରୀଙ୍କୁ ଆସନ୍ତା ୧୦ ତାରିଖ ଦିନ ଅନୁଷ୍ଠିତ  ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମ – ଆମ ଗାଁ  ଆମ ବିକାଶ କାର୍ଯ୍ୟକ୍ରମର ସଫଳ ରୁପାୟନ ନିମନ୍ତେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ  । ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜବୋଡାସମ୍ବର, ପାଇକମାଲ ଓ ଝାରବନ୍ଧ ବ୍ଲକର ଶତାଧିକ କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ  । ରାଜବୋଡାସମ୍ବର ବ୍ଲକ ସାଂସଦ ପ୍ରତିନିଧି ପ୍ରଶାନ୍ତ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ, ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ, ଝାରବନ୍ଧ ବ୍ଲକ ବିଜେଡି ସଭାପତି, ଯତୀନ ହାତୀ, ବରିଷ୍ଠ ନେତା ହୃଦାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତାମତ ପ୍ରଦାନ କରିଥିଲେ  ।

Leave A Reply

Your email address will not be published.