ଚଳନ୍ତା କାର ରେ ଲାଗିଗଲା ନିଆଁ

0

ଡ୍ରାଇଭର ଅଳ୍ପକେ ବର୍ତ୍ତିଲେ, ୧୦ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା।

ରାଉରକେଲା(ବସନ୍ତ କୁମାର ଜେନା): ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବରପାଲି ସ୍ଥିତ ସ୍କାନ ଷ୍ଟିଲ ନିକଟ ରାଜ୍ୟ ରାଜପଥରେ ଏକ ଚଳନ୍ତା କାର ରେ ନିଆଁ ଲାଗିଯାଇ କାର ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାଜଗାଙ୍ଗପୁର ରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଅୟତ୍ତ କରିଥିଲେ ।
କାର ଚାଳକ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ରାଜଗାଙ୍ଗପୁର ରୁ ରାଉରକେଲା ଯାଉଥିବା ଏକ ଲାଲ ରଙ୍ଗର କାର ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ପରେ ପରେ କାର ରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାରେ କାର ଚାଳକ ମୁନ୍ନା ସିଂ ସାମାନ୍ୟ ଆହତ ହୋଇଛନ୍ତି। ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି ।

Leave A Reply

Your email address will not be published.