ଗଣିଆରୁ ତରୁଣ କୁମାର ଅମାୟନ୍ତ –ଗଣିଆ ବ୍ଲକର ୮ ନମ୍ବର ଜୋନ୍ ଟି ଚଳିତ ନିର୍ବାଚନରେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ଏହି ଆସନ ନିମନ୍ତେ ୩ ପ୍ରମୁଖ ଦଳ ବିଜେପି , ବିଜେଡ଼ି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ଜନସାଧାରଣରେ ଆଲୋଚନା ହୁଏ। ଗଣିଆ ବ୍ଲକଟି ଜିଲ୍ଲାର ଏକ ଛୋଟ ବ୍ଲକ ହେଲେ ମଧ୍ୟ ଏଠାର ୮ଗୋଟି ପଞ୍ଚାୟତରେ ୧୧୯ ଟି ୱାର୍ଡରେ ୩୧,୧୫୯ ଜଣ ଭୋଟର ଅଛନ୍ତି। ଗତ ନିର୍ବାଚନରେ ବିଜେଡ଼ି ଏହି ଜୋନଟିକୁ ଦଖଲ କରିଥିଲା । ତେଣୁ ଚଳିତ ନିର୍ବାଚନରେ ରାଜ୍ୟ ସରକାରଙ୍କର ଉନ୍ନତି ମୂଳକ କାର୍ଯ୍ୟକୁ ପାଥେୟ କରି ଏହି ଆସନରୁ ବିଜେଡିର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ନରେଶ ଚନ୍ଦ୍ର ବେହେରା ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପି ତରଫରୁ ପୂର୍ବତନ ବିଧାୟକଙ୍କ ପୁତ୍ର ସୁଶାନ୍ତ କୁମାର ନାୟକ କେନ୍ଦ୍ର ସରକାରଙ୍କର ସମସ୍ତ ସଫଳତାକୁ ପାଥେୟ କରି ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି। ଠିକ ସେହିପରି ଜାତୀୟ କଂଗ୍ରେସ ଦଳ ତରଫରୁ ଚିନ୍ମୟୀ ମହାଳିକ ଜଣେ ମହିଳା ସିଭିଲ ଇଂଜିନିୟର ଯିଏକି ରାଜନୀତିରେ ନୂଆ କରି ପାଦ ଦେଇଥିଲେ ମଧ୍ୟ ଦୁର୍ନୀତି ମୁକ୍ତ ଗଣିଆ ବ୍ଲକ ଗଠନ କରିବା ଲକ୍ଷ୍ୟରେ ଉନ୍ନତ ମାନର ପ୍ରଚାର ମାଧ୍ୟମରେ ଭୋଟର୍ ମାନଙ୍କ ନିକଟରେ ପହଞ୍ଚିପାରୁଛନ୍ତି । ତେଣୁ ଚଳିତ ନିର୍ବାଚନରେ ଜିଲ୍ଲାପରିଷଦ ଜୋନ୍ ପାଇଁ ଲଢେଇ ଜୋରଦାର ହେବ ବୋଲି ଅନେକ ଚର୍ଚ୍ଚା ହେଉଛି।
Sign in
Sign in
Recover your password.
A password will be e-mailed to you.