ନୟାଗଡ଼ (ବିଶ୍ୱଜିତ ନାୟକ)- କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ଟୀକାକରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ବାହାରିଛି। ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲପାଳ ବିଧାନ ଚନ୍ଦ୍ର ରାୟ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସାମାଜିକ ଦୂରତା ବଜାୟ ରଖିବା, ଟୀକାକରଣ ପ୍ରକିୟାରେ ସାମିଲ୍ ହେବା ଏବଂ ନିଜ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ବାର୍ତ୍ତା ପ୍ରଚାର କରାଯିବା ପାଇଁ ସଚେତନତା ରଥର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାଯାଇଛି । ବିଶେଷ କରି ୧୫ରୁ ୧୮ ବର୍ଷ ମଧ୍ୟରେ ଥିବା କିଶୋର କିଶୋରୀମାନେ କିଭଳି ଟୀକାକରଣ କେନ୍ଦ୍ରକୁ ଆସି ଟିକା ନେବେ ସେ ନେଇ ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ସଚେତନ ରଥ ନିକଟରେ ଉପସ୍ଥିତ କରି ବୁଝାଇବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଶୁଭାରମ୍ଭ କାର୍ୟ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପେନ୍ଦ୍ର ନାଥ ବଡ଼ଜେନା, ଜିଲ୍ଲା ଶିଶୁ ସୁରକ୍ଷା ସମିତିର ସଦସ୍ୟ, ଜିଲ୍ଲା ନ୍ୟୁଟ୍ରିସନ୍ ମ୍ୟାନେଜର୍ କିଶୋର ମିଶ୍ର, ଜିଲ୍ଲା ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜିକା ସମିଧା ପାଢ଼ୀ , ସମନ୍ଵିତ ଶିଶୁ ପ୍ରକଳ୍ପ ଅଧିକାରୀ ତଥା ଜିଲ୍ଲା ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ଦାସ, ଆଇସିଡିଏସ ସୁପର ଭାଇଜର, ଅଙ୍ଗନବାଡ଼ି କର୍ମୀ, ଚାଇଲ୍ଡ ଲାଇନ୍ର ସଦସ୍ୟମାନେ ଏବଂ ଆକ୍ସନଏଡର ଜିଲ୍ଲା ପରାମର୍ଶ ଦାତ୍ରୀ ଇପ୍ସିତା ଅଗ୍ରୱାଲ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.